fbpx

ବଦଳିଲା ପାଗି: ୨ ଦିିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ପହିଲାରୁ ପୁଣି ଫେରିବ ଶୀତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାତିର ତାପମାତ୍ରାରେ ଦୁଇରୁ ତିନି ଡିଗ୍ରୀ ବୃଦ୍ଧି ଘଟିଥିବାରୁ ଶୀତର ପ୍ରଭାବ କମିବାରେ ଲାଗିଛି । ତେବେ ସୋମବାରଠାରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ଆଗକୁ ଆହୁରି ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ନେଇ ଆକଳନ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ କୁହୁଡ଼ି ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି ।

୨ ଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗିରହିବ । ୨୮ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ୨୯ ତାରିଖରେ ଏହାର ପରିମାଣ ବୃଦ୍ଧି ପାଇବ । ଏପରିକି ରାଜ୍ୟର କେତେକ ସ୍ଥାନରେ ୬୦ ମି.ମି. ପର୍ଯ୍ୟନ୍ତ ବର୍ଷା ହେବାନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ସ୍ୱାଭାବିକ ଠାରୁ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆଗାମୀ ୫/୬ ଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ କମ୍‌ ରହିବ । ଜାନୁଆରୀ ପହିଲାରୁ ପୁଣି ଶୀତ ବଢ଼ିବ ବୋଲି ଏହି ବିଭାଗ ଆକଳନ କରିଛି । ୩୧ ତାରିଖରୁ ଉତ୍ତର ଦିଗରୁ ଥଣ୍ଡା ଶୁଷ୍କବାୟୁ ବହିବାର ଯଥେଷ୍ଟ ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରବଳ ଶୀତ ଲହରି ଲାଗି ରହିଥିଲା । କାଠୁଆ ଜାଡ଼ରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ରାତିର ତାପମାତ୍ରା ବୃଦ୍ଧି ପାଇବା ପରେ ଶୀତର ପ୍ରଭାବ କମିବାରେ ଲାଗିଛି ।

Get real time updates directly on you device, subscribe now.