fbpx

ଆସନ୍ତା ୨ ଦିନ ପ୍ରବଳ ଜାଡ଼ , ଥଣ୍ଡାରେ ଥରିବ ଓଡ଼ିଶା: ୩ରୁ ୪ ଡିଗ୍ରୀ ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ରାଜ୍ୟରେ ପୁଣି ବଦଳିଲା ପାଗ। ଫେରିଲା ହାଡ଼ ଭଙ୍ଗା ଜାଡ଼ ।  ଆସନ୍ତା ୨ ଦିନ ଶୀତ ଲହରି ବହିବ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଥଣ୍ଡା ପଡ଼ିବା ସହ ହାଡ଼ ଭଙ୍ଗା ଶୀତ ଲହର ବହିବ। ଏହି ଦୁଇ ଦିନ ଭୀଷଣ ଶୀତ ହେବାର ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଝାରସୁଗଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଶୀତ ଲହରି ବହିବ ।

ସେହିଭଳି ଏହି ସମସ୍ତ ଜିଲ୍ଲାରେ ଶୀତ ଲହରି ଜାରି ରହିବ । ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ଖସିଯିବ ବୋଲି ବିଭାଗ ପୂର୍ବାନୁମାନ କରୁଛି । ରବିବାର, ସୋମବାର ସକାଳୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ମଧ୍ୟ ଆକଳନ କରାଯାଇଛି।

Get real time updates directly on you device, subscribe now.