ଛେପ ପକାଇ ନାକ ରଗଡିବା ଘଟଣା: ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ NHRC

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଜଣେ ବ୍ୟକ୍ତିଙ୍କୁ ଛେପ ପକାଇ ନାକ ରଗଡିବା ଘଟଣାରେ ହସ୍ତକ୍ଷେପ କରିଛି NHRC । ଗାଁର ସରପଞ୍ଚ ଏବଂ ଅନ୍ୟ ଲୋକମାନଙ୍କ ସାମନାରେ ନାକ ରଗଡିଥିଲେ ଏହି ବ୍ୟକ୍ତି । ତେବେ ୬ ସପ୍ତାହ ମଧ୍ୟରେ ଏହି ଘଟଣାର ତଦନ୍ତ ସହ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ରାଜ୍ୟ ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରିଛନ୍ତି ଘଐଜଉ । ଏଭଳି ଏକ ଅମାନବୀୟ ଘଟଣା ଘଟାଇବାର ପ୍ରକୃତ କାରଣ ଏବଂ ତଥ୍ୟ ଏକଜୁଟ କରି ଦାଖଲ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି ।