fbpx

ଅମରାବତୀ ହତ୍ୟାକାଣ୍ଡରେ ଏନଆଇଏର ସୂଚନା: ଆତଙ୍କ ସୃଷ୍ଟି କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଉମେଶ କୋହ୍ଲଙ୍କ ହତ୍ୟା ଘଟଣାକୁ ଆତଙ୍କୀ ଆକ୍ରମଣ ବୋଲି କହିଛନ୍ତି ଏନଆଇଏ ବା ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି । ଦେଶବାସୀଙ୍କୁ ଆତଙ୍କିତ କରିବା ପାଇଁ ଆଇଏସଆଇଏସ ଷ୍ଟାଇଲରେ ମର୍ଡର କରାଯାଇଥିବା ଏନଆଇଏ ଗତ କାଲି ବିଳମ୍ବିତ ରାତିରେ ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଛି । ଅମରାବତୀର ଫାର୍ମାସିଷ୍ଟ ଉମେଶ ପ୍ରହଲ୍ଲାଦ ରାଓଙ୍କୁ ଇସଲାମବାଦର ତିନି ଜଣ ବାଇକ ଆରୋହୀ ହତ୍ୟା କରିଥିଲେ । ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଥିବାରୁ ଉମେଶଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିଛି ।

ଏହି ମାମଲା ଜାତୀୟ ଷଡ଼ଯନ୍ତ୍ରର ଅଂଶ ନା ବିଦେଶରୁ ଏହି ଅପରାଧକୁ ପ୍ରବର୍ତ୍ତାଯାଇଛି, ଏନଆଇଏ ତରଫରୁ ଏ ନେଇ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ମୃତକଙ୍କ ପୁଅର ଅଭିଯୋଗ କ୍ରମେ ବେଆଇନ କାର୍ଯ୍ୟକଳାପ ନିବାରଣ ଅଧିନିୟମ (ୟୁଏପିଏ)ର ଧାରା ୧୬,୧୮ ଓ ୨୦ ସହ ଧାରା ୩୪, ୧୫୩(ଏ), ୧୫୩ (ବି), ୧୨୦(ବି) ଏବଂ ୩୦୨ ଆଇପିସି ଅନୁସାରେ ଏହି ମାମଲାକୁ ରୁଜୁ କରାଯାଇଥିଲା । ଏତଲାରେ ମୁଦ୍ଦଶର ଅହମଦ, ଶାହରୁଖ ପଠାନ, ଅବଦୁଲ ତୌଫିକ, ସୋଏବ ଖାନ, ଅତୀବ ରାଶିଦ, ୟୁସୁଫ ଖାନ, ଶାହିମ ଅହମଦ ଏବଂ ଇରଫାନ ଖାନଙ୍କୁ ଅଜଣା ବ୍ୟକ୍ତିଙ୍କ ସହ ଅଭିଯୁକ୍ତ ଦର୍ଶାଯାଇଛି ।

ଏନଆଇଏର କହିବା ଅନୁସାରେ ଅଭିଯୁକ୍ତ ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କ ଦ୍ୱାରା ମୃତକ ଉମେଶ କୋହ୍ଲେଙ୍କ ନିର୍ମମ ହତ୍ୟା କରାଯାଇଥିଲା । ତେବେ ଧର୍ମକୁ ଆଧାର କରି ଶତ୍ରୁତା ବଢାଇବା ଏହାର ଲକ୍ଷ ଥିଲା ବୋଲି କୁହାଯାଇଛି । ଏହି ହତ୍ୟାକାଣ୍ଡ ଜୁନ ୨୧ ତାରିଖ ରାତି ପ୍ରାୟ ୧୦.୦୦ରୁ ୧୦.୩୦ ମଧ୍ୟରେ ହୋଇଥିଲା । ତେବେ ଏହି ମାମଲାର ତଦନ୍ତ ପାଇଁ ନୋଡାଲ ସଂଘୀୟ ଅନୁସନ୍ଧାନକାରୀ ଏଜେନ୍ସିକୁ କୁହାଯାଇଥିଲା ।

ସେପଟେ ଅମରାବତୀ ପୋଲିସ ଲୁଟ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବାର ଏକ ମାମଲା ରୁଜୁ କରିଥିବା ବେଳେ ଏନଆଇଏର ତଦନ୍ତ ଅନୁସାରେ ମୃତକଙ୍କ ଦୋକାନରୁ କୌଣସି ଜିନିଷ ଚୋରି ହୋଇ ନଥିବା ପ୍ରକାଶ ପାଇଛି । ସେହିପରି ପୋଲିସ ଡିଜିପି ଏହି ମାମଲାର କୌଣସି ରିପୋର୍ଟ କେନ୍ଦ୍ରକୁ ନ ପଠାଇ ଏନଆଇଏ ଏହି ମାମଲାକୁ ଉଠାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା ।

Get real time updates directly on you device, subscribe now.