fbpx

ଆସନ୍ତାକାଲି ଠାରୁ ଏହି ସହରରେ ଲାଗୁହେବ ନାଇଟ୍ କର୍ଫ୍ୟୁ: ଜାଣନ୍ତୁ କେଉଁଠି

ମୁମ୍ବାଇ, ୨୭ା୩: ଦେଶରେ କରୋନା ଭାଇରସର ଦ୍ୱିତୀୟ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି । ପରିସ୍ଥିତିକୁ ଦେଖି ଦେଶର ଅନେକ ରାଜ୍ୟ ସରକାର ଲକଡାଉନ ଘୋଷଣା କରିସାରିଲେଣି । ଏଥିସହ କିଛି ରାଜ୍ୟରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଆସନ୍ତାକାଲି ଠାରୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ।

ଏହି ନାଇଟ୍ କର୍ଫ୍ୟୁ ସମୟରେ ବିଭିନ୍ନ ସେବା ଉପରେ କଟକଣା ଲାଗୁ କରାଯାଇଛି । ସର୍ପିଂ ମଲ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସୂଚନାଯୋଗ୍ୟରେ ମହାରାଷ୍ଟ୍ରରେ ଦୁଇଦିନ ପୂର୍ବରୁ ଗୋଟିଏ ଦିନରେ ୩୬ ହଜାର ଆକ୍ରାନ୍ତ ଚିହ୍ନଟ ହେବା ସହ ୧୧୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଅଧାରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.