ଏକବର୍ଷ ହେବ ଡିପ୍ରେସନରେ ନିମ୍ରିତ୍ କୌର, ଭୋ ଭୋ ହୋଇ କାନ୍ଦିଲେ ବିଗ ବସରେ

ମୁମ୍ବାଇ:ବିଗବସ୍ ଖେଳକୁ ଜିତିବା ଯେତିକି ସହଜ ଦେଖାଯାଇଥାଏ, ପ୍ରକୃତରେ ତାହା ଘଟେ ନାହିଁ । ଏକମାସ ଧରି ଏକ ବନ୍ଦ କୋଠରୀରେ ଅଜଣା ଲୋକଙ୍କ ସହ ରହିବା ଭଲ ମଣିଷକୁ ମଧ୍ୟ ଚିନ୍ତାରେ ପକାଇ ଦେଇଥାଏ । ତେବେ ଟିଭି ପରଦାର ଛୋଟ ସର୍ଦ୍ଦାରିଣୀ ନିମ୍ରିତ୍ କୌର ବର୍ତ୍ତମାନ ବିଗବସର ଚାପକୁ ସହି ପାରୁନାହନ୍ତି । ଏପିସୋଡ ଗୁଡିକରେ ନିମ୍ରିତ୍ ବ୍ରେକ୍ଡାଉନ ଦେଖିବାକୁ ମିଳୁଛି । ବିଗବସ୍ ଶୋ’ରେ ନିମ୍ରିତ କୌର ଦୁଇ ତିନି ଦିନ ହେବ ଶାନ୍ତ ସହ ଉଦାସ ଦେଖାଯାଉଛନ୍ତି । ହେଲେ ସେ କାହାସହ ନିଜର ଅଶୁବିଧା କଥା ସେୟାର କରୁନାହାନ୍ତି । ଏହାକୁ ନେଇ ବିଗବସ୍ ତାଙ୍କୁ କମ୍ଫେସନ ରୁମକୁ ଡାକି ତାଙ୍କ ଅସୁବିଧା କଥା ପଚାରିଥିଲେ । ନିମ୍ରିତ୍ କହିଥିଲେ ଯେ, ସେ କିଛଦିନ ହେବ ଏକୁଟିଆ ଓ ଉଦାସ ଅନୁଭବ କରୁଛନ୍ତି ।

ଏହାପରେ ବିଗବସ ତାଙ୍କୁ ପୁରା ତଥ୍ୟ ଉପରେ କହିବା ପାଇଁ କହିଥିଲେ । ନିମ୍ରିତ ତାର ଉତ୍ତର ଦେଇ କହିଲେ ଯେ,୩ ରୁ ୪ଦିନ ହେବ ମୋତେ କ୍ଲାଷ୍ଟ୍ରୋଫୋବିକ ଅନୁଭବ ହେଉଛି । ମୁଁ କେମିତି ବ୍ୟକ୍ତିବିଶେଷ ଅପଣ ଜାଣିଥିବେ କି ନାହିଁ ମୁଁ ଜାଣିନାହିଁ । ହେଲେ ମୁଁ ଏତେ ସବୁ କଥାକୁ ମୋ ମୁଣ୍ଡ ଭିତରେ ରଖି ରହିପାରିବିନି । ମୁଁ ସହିପାରୁନାହିଁ କାରଣ ମୋ ମନରେ ବହୁତ ଗୁଡ଼ିଏ ଜିନିଷ ଚାଲିଛି । ମୋତେ କ୍ଲାନ୍ତ ଅନୁଭବ ହେଉଛି ଏଇଟା ମୁଁ ଅନୁଭବ କରୁଛି । ଏହାର ମାନେ ନୁହେଁ ମୁଁ ଦୁର୍ବଳ । ଏହାପରେ ନିମ୍ରିତ ବିଗ ବସଙ୍କୁ ପଚାରୁଛନ୍ତି ଏଠାରେ କଣ ମୋତେ ଜନତା ଦେଖିପାରୁଛନ୍ତି ବିଗବସ ମନା କରିଥିଲେ ଏହାକୁ ଶୁଣି ସେ ସେଠାରେ ଭୋ ଭୋ ହୋଇ କାନ୍ଦିବାକୁ ଆରମ୍ଭ କରିଲେ । ଏପରି ବ୍ରେକଡାଉନକୁ ଦେଖି ବିଗ ବସ କହିଲେ ତୁମେ ଘରର ସଦସ୍ୟଙ୍କ ମଧ୍ୟରୁ କାହାକୁ ନିଜ ମନ କଥା ଖୋଲାଖୋଲି ଭାବେ କହିପାରିବ । ସେ ଉତ୍ତର ଦେଇଥିଲେ ଅବଦ୍ୟୁ ଏବଂ ସାଜିଦ, ହେଲେ ଏହି ଦୁଇଜଣଙ୍କ ମଧ୍ୟରୁ ମୁଁ ଅବଦ୍ୟୁଙ୍କ ସହ ବହୁତ କମ୍ଫର୍ଟେବୁଲ ।

ତେବେ ଏହି ରୁମରୁ ଯେତେବେଳେ ସେ କାନ୍ଦିକାନ୍ଦି ବାହରି ଅସିଲେ ସେତେବେଳେ ଶିବ ଠାକରେ ଓ ଏମସି ଷ୍ଟୈନ ତାଙ୍କୁ ପାଖକୁ ଡାକି ପଚାରିଥିଲେ କାହିଁକି କାନ୍ଦୁଛ ଏବଂ ତୁମର କଣ ହୋଇଛି? ନିମ୍ରିତ୍ ସେହି ଦୁଇଜଣଙ୍କୁ ନିଜ ଡିପ୍ରେସନ କଥା କହିଥିଲେ । ମୋ ଭିତରେ ଯାହା ବିତୁଛି ତାକୁ କାହା ଅଗରେ ସେୟାର କରିବାକୁ କହିଛନ୍ତି ବିଗବସ । ଆପଣଙ୍କୁ ଜଣାଥିବ କି ନାହିଁ ମୁଁ ଜାଣି ନାହିଁ ହେଲେ ମୁଁ ଦୀର୍ଘ ଏକ ବର୍ଷ ହେବ ଡିପ୍ରେସନ ଓ ଚିନ୍ତାଗ୍ରସ୍ତ ରୋଗ ମଧ୍ୟରେ ଗତି କରୁଛି । ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଠିକ ମଧ୍ୟ ନାହିଁ । କିନ୍ତୁ ଏଠାକୁ ଆସିବାର ୪ରୁ ୫ ମାସ ପୂର୍ବରୁ ମୋତେ ଔଷଧ ଛାଡିବାକୁ କୁହାଯାଇଛି । ସେଥିପାଇଁ ଏବେ ମୋତେ ଏଗୁଡା କଷ୍ଟ ଲାଗୁଛି । ଏହି ତିନି ଚାରିଦିନ ହେବ ମୋ ମାଇଣ୍ଡରେ ବହୁତ କିଛି ଚାଲିଛି ଯାହାକି ମୋତେ ରାତିରେ ନିଦ ମଧ୍ୟ ହେଉନାହିଁ । ହେଲେ ନିମ୍ରିତକୁ ନେଇ ସବୁଠାରୁ ବଡ ପ୍ରଶ୍ନ ଉଠିଛି ଯେ, ନିମ୍ରିତ୍ ଏହିସବୁ ଜିନିଷ ମଧ୍ୟରେ ଶୋ କୁ କିପରି ଫୋକସ କରିବେ ।