fbpx

ଏକସଙ୍ଗେ ଜଳିଲା ଜୁଇ: ସଡ଼କ ଦୁର୍ଘଟଣା ନେଇଗଲା ଗୋଟିଏ ପରିବାରର ୯ ଜଣଙ୍କ ଜୀବନ

Advertisement

ନୂଆଦିଲ୍ଳୀ: ଦୁର୍ଘଟଣା କେତେବେଳେ ଘଟିବ ତାହା କେହି କହିପାରିବେ ନାହିଁ । ତେବେ ଏହା ମଧ୍ୟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୯ ଜଣ ଲୋକଙ୍କର ଜୀବନ ଚାଲିଯାଇଛି । ସବୁଠାରୁ ଦୁଃଖର କଥା ହେଉଛି, ପରିବାରର ସମସ୍ତଙ୍କର ଚିତା ଏକସଙ୍ଗେ ଜୁଇରେ ଜଳିଛି । ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ଗତ ୧୭ ତାରିଖ ସକାଳେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଉତ୍ତରାଖଣ୍ଡର ନୈନିତାଲର ଓଖଲ କାଣ୍ଡା ଅଞ୍ଚଳରେ ଗୋଟିଏ କ୍ୟାମ୍ପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପାଇଁ ଗ୍ରାମବାସୀମାନେ ରେସକ୍ୟୁ ଅପରେସନ କରିବା ସମସ୍ତ ଶବଗୁଡ଼ିକୁ ବାହାର କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ ମୃତକଙ୍କ ପରିଜନଙ୍କ ପାଇଁ ଦୁଇ-ଦୁଇ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ।

ସବୁଠାରୁ ଦୁଃଖର କଥା ହେଉଛି ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ଥିଲେ । ମୃତ୍ୟୁ ପରେ ଏକସଙ୍ଗେ ସମସ୍ତଙ୍କର ଜୁଇ ଜଳିଥିଲା । ଏହି ଦୁଖଦ ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଗୋଟିଏ ଶିଶୁର ଚିକିତ୍ସା ପାଇଁ ହଲଦ୍ୱାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ବି ଶିଶୁଟି ଜୀବନ ମରଣ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.