fbpx

ହିରୋସୀମା-ନାଗାସାକି ବିସ୍ଫୋରଣ କିଛି ନୁହେଁ, ଏହାଠାରୁ ହଜାର ହଜାର ଗୁଣ ଭୟଙ୍କର ୯ଟି ପରମାଣୁ ଧମାକା ହୋଇ ସାରିଛି ଏ ବିଶ୍ୱରେ, ଜାଣନ୍ତୁ କେବେ ଓ କେଉଁଠି

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ୧୯ ଦିନରେ ପହଞ୍ଚିଛି । ତେବେ ଏହା ମଧ୍ୟରେ ରୁଷର ପରମାଣୁ ଯୁଦ୍ଧକୁ ନେଇ ପ୍ରସ୍ତୁତି ହେବା ସମଗ୍ର ବିଶ୍ୱର ନିଦ ହଜାଇ ଦେଇଛି । କାରଣ ଅତୀତରେ ପରମାଣୁ ଅସ୍ତ୍ରର ଭୟଙ୍କର ତାଣ୍ଡବକୁ ଖୁବ୍ ନିକଟରୁ ଦେଖି ସାରିଛନ୍ତି ବିଶ୍ୱବାସୀ । ତେବେ ଅଧିକାଂଶ ଲୋକ କେବଳ ଜାପାନର ହିରୋସୀମା-ନାଗାସାକୀରେ ପରମାଣୁ ବିସ୍ଫୋରଣ କଥା ଜାଣିଥାନ୍ତି । ମାତ୍ର ବିଶ୍ୱରେ ଏପରି ୯ଟି ପରମାଣୁ ବିସ୍ଫୋରଣ ହୋଇଥିଲା, ସେକଥା ହୁଏତ ଅନେକଙ୍କୁ ଅଗୋଚର ଥିବ । ଆସନ୍ତୁ ଜାଣିବା ସେ ବିଷୟରେ ।
୧- ୧୯୬୧ ମସିହା ଅକ୍ଟୋବର ମାସ ୩୦ ତାରିଖରେ ସୋଭିଏତ ସଂଘ ଆର୍କାଟିକ ସର୍କଲର ଉତ୍ତରରେ ଅବସ୍ଥିତ ନୋଭାୟା ଜେମଲାୟା ଦ୍ୱୀପ ଉପରେ ସବୁଠାରୁ ବଡ଼ ପରମାଣୁ ଧମାକା କରିଥିଲା । ତାହାର ଓଜର ୫୦ ମେଗା ଟନ୍ ଥିବାବେଳେ ତାହାକୁ ସାର ବୋମ୍ବା କୁହାଯାଏ । ତାହା ହିରୋସୀମା ପରମାଣୁ ବୋମାଠାରୁ ୩୩୦୦ ଗୁଣ ଅଧିକ ଶକ୍ତିଶାଳୀ ଥିଲା ।
୨- ୧୯୬୨ ମସିହା ଡିସେମ୍ବର ମାସ ୨୪ରେ ସୋଭିଏତ ସଂଘ ନୋଭାୟା ଜେମଲାୟା ଉପରେ ପୁନର୍ବାର ପରମାଣୁ ବିସ୍ଫୋରଣ କରିଥିଲା । ଏହା ପରେ ୧୯୬୩ରେ ଭୂପୃଷ୍ଠ ଉପରେ ପରମାଣୁ ବିସ୍ଫୋରଣ ନେଇ କଟକଣା ଲାଗୁ ହୋଇଥିଲା ।
୩- ୧୯୬୨ ମସିହା ଅଗଷ୍ଟ ୫ ତାରିଖରେ ସୋଭିଏତ ସଂଘ ନୋଭାୟା ଜେମଲାୟା ଉପରେ ୨୧.୧ ମେଗାଟନର ପରମାଣୁ ବିସ୍ଫୋରଣ କରିଥିଲା । ତାହା ହିରୋସୀମା ପରମାଣୁ ବୋମାଠାରୁ ୧୪୦୦ ଗୁଣ ଶକ୍ତିଶାଳୀ ଥିଲା ।
୪- ୧୯୬୨ ମସିହା ସେପ୍ଟେମ୍ବର ୨୫ ତାରିଖରେ ସୋଭିଏତ ସଂଘ ନୋଭାୟା ଜେମଲାୟା ଉପରେ ୧୯.୧ ମେଗାଟନର ପରମାଣୁ ବିସ୍ଫୋରଣ କରିଥିଲା । ଏହି ଘଟଣା ପରେ ଆମେରିକା ଓ ରୁଷ ମୁହାଁମୁହିଁ ହୋଇଥିଲେ ।
୫- ୧୯୫୪ ମସିହା ମାର୍ଚ୍ଚ ୧ରେ ଆମେରିକା ମାର୍ଶଲ ଆଇସଲ୍ୟାଣ୍ଡସର ବିକିନୀ ଏଣ୍ଟାଲ ଉପରେ ୧୫ ମେଗାଟନର ପରମାଣୁ ବୋମା ବିସ୍ଫୋରଣ କରିଥିଲା । ତା’ର ନାମ ଥିଲା କ୍ୟାଷ୍ଟଲ ବ୍ରାଭୋ ।
୬- ୧୯୫୪ ମେ ୫ରେ ଆମେରିକା ବିକିନୀ ଏଣ୍ଟାଲ ଉପରେ ଦ୍ୱିତୀୟ ଥର ପାଇଁ ପରମାଣୁ ବୋମା ନିକ୍ଷେପ କରିଥିଲା । ହିରୋସୀମା ବୋମାଠାରୁ ତାହା ୯୦୦ ଗୁଣ ଅଧିକ ଶକ୍ତିଶାଳୀ ଥିଲା । ଏହାର ନାମ ଥିଲା କ୍ୟାଷ୍ଟଲ ୟାଙ୍କେ ।
୭- ୧୯୬୧ ଅକ୍ଟୋବର ୨୩ରେ ସୋଭିଏତ ସଂଘ ନୋଭାୟା ଜେମଲାୟା ଉପରେ ୧୨.୫ ମେଗାଟନର ଆଟମ ଧମାକା କରିଥିଲା । ଏହା ହିରୋସୀମା ବିସ୍ଫୋରଣ ଠାରୁ ୮୩୦ ଗୁଣ ଅଧିକ ଶକ୍ତିଶାଳୀ ଥିଲା ।
୮- ୧୯୫୪ ମାର୍ଚ୍ଚ ୨୬ରେ ଆମେରିକା ବିକିନୀ ଏଣ୍ଟାଲ ଉପରେ ୧୧ ମେଗାଟନର ପରମାଣୁ ଧମାକା କରିଥିଲା । ଏହା ହିରୋସୀମା ବିସ୍ଫୋରଣଠାରୁ ୭୩୦ ଗୁଣ ଅଧିକ ଶକ୍ତିଶାଳୀ ଥିଲା । ଏହାର ନାମ ଥିଲା କ୍ୟାଷ୍ଟଲ ରୋମିଓ ।
୯- ୧୯୫୨ ନଭେମ୍ବର ୧ରେ ଆମେରିକା ପ୍ରଥମ ଥର ପାଇଁ ଥର୍ମୋନ୍ୟୁକ୍ଲିୟର ବା ହାଇଡ୍ରୋଜେନ ବମ୍ ପରୀକ୍ଷଣ କରିଥିଲା । ହିରୋସୀମା ଠାରୁ ୬୯୦ ଗୁଣ ଅଧିକ ଶକ୍ତିଶାଳୀ ଆଇଭି ମାଇକ ନାମକ ଏହି ପରମାଣୁ ଅସ୍ତ୍ରକୁ ମାର୍ଶଲ ଆଇସଲ୍ୟାଣ୍ଡର ନେବେତାକ ଏଣ୍ଟାଲ ଭୂମିରେ ବିସ୍ଫୋରଣ କରାଯାଇଥିଲା ।

Get real time updates directly on you device, subscribe now.