fbpx
BJD SKY
BJD SKY

ସେନାର ବର୍ବରତା: ୧୯ ଜଣଙ୍କୁ ଦିଆଯିବ ଫାଶୀ

BJD

ୟାଙ୍ଗୁନ୍, ୧୧ା୪: ମ୍ୟାଁମାରରେ ସେନାର ବର୍ବରତା ଜାରି ରହିଛି । ଜଣେ ସେନା କ୍ୟାପଟେନଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ୧୯ ଜଣଙ୍କୁ ଫାଶୀଦଣ୍ଡାଦେଶ ହୋଇଛି । ଦେଶର ସେନା ଏହି କଠୋର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଗତ ମାର୍ଚ୍ଚ ମାସରେ ୟାଙ୍ଗୁନ ସହରରେ ଏହି ହତ୍ୟାକାଣ୍ଡ ସଂଗଠିତ ହୋଇଥିଲା । ପରେ ସାମରିକ କୋର୍ଟରେ ଏହି ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସୂଚନା ଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୧ ତାରିଖରେ ସେନା ଦେଶର କ୍ଷମତା ନିଜ ହାତକୁ ନେଇଥିଲା । ଫଳରେ ସାମରିକ ଶାସନ ବିରୋଧରେ ଦେଶର ଜନସାଧାରଣ ବିକ୍ଷୋଭ ଚଳାଇଥିଲେ । ଗତ ମାସରେ ଆନ୍ଦୋଳନକାରୀଙ୍କ ଉପରେ ଦେଶର ୧୨ଟି ସହରରେ ଗୁଳି ବର୍ଷଣ କରାଯାଇଥିଲା । ଫଳରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିଲା । ସେନାର ଏହି ଅମାନୁଷିକ ଅତ୍ୟାଚାର ଦ୍ୱାରା ଏପର୍ଯ୍ୟନ୍ତ ଦେଶରେ ୫ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେନାର ଏହି କ୍ରୁର ବର୍ବରତାକୁ ବିଶ୍ୱବ୍ୟାପି ନିନ୍ଦା କରାଯାଇଛି ।

Get real time updates directly on you device, subscribe now.