fbpx

କରୋନାରେ ଆଖି ବୁଜିଲେ ମହାଭାରତର ଇନ୍ଦ୍ର

ନୁଆଦିଲ୍ଲୀ, ୧୧ା୪(ଓଡିଶା ଭାସ୍କର) : କରୋନା ମହାମାରୀରେ ଆଖି ବୁଜିଲେ ଅଭିନେତା ସତିଶ କୌଲ । ସେ ୭୪ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁବାର ତାଙ୍କୁ ଖୁବ୍ ଜୋରରେ ଜ୍ୱର ହେବାରୁ ଲୁଧିଆନାର ଏକ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସା ପରେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିନଥିଲା । ଯାହା ଫଳରେ ଶନିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏନେଇ ତାଙ୍କ ଭଉଣୀ ସତ୍ୟା ଦେବୀ ସୁଚନା ଦେଇଛନ୍ତି । ତାଙ୍କ ମୃତ୍ୟୁ ପରେ ବଲିଉଡ୍ ଜଗତରେ ଶୋକର ଛାହା ଖେଳିଯାଇଛି ।

ସତିଶ କୌଲ ଅଭିନୟ ଦୁନିଆର ଏକ ଚିହ୍ନା ମୁହଁ ଥିଲେ । ସେ ବିଶ୍ୱ ପ୍ରସିଦ୍ଧ ମହାଭାରତରେ ଇନ୍ଦ୍ର ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ଅନେକ ବଲିଉଡ୍ ରେ ନିଜ ଅଭିନୟର ଜାଦୁ ଦେଖାଇଛନ୍ତି । ସେ ୩୦୦ରୁ ଅଧିକ ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମ କରିସାରିଛନ୍ତି । ହିନ୍ଦୀ ଫିଲ୍ମ ଯେପରି “ପ୍ୟାର୍ ତୋ ହୋନା ହି ଥା’, “ଆଣ୍ଟି ନମ୍ବର-୨’, “ଜଞ୍ଜୀର’, “ରାମ ଲକ୍ଷ୍ମଣ’ ଆଦି ଫିଲ୍ମରେ କାମ କରିଛନ୍ତି । ସେହିପରି ମହାଭାରତ ବ୍ୟତୀତ ବିକ୍ରମ ବେତାଳ ସିକ୍ୱେଲ୍ ରେ କାମ କରିଛନ୍ତି । ଏଥିପାଇଁ ତାଙ୍କୁ ଲାଇଫ୍ ଟାଇମ୍ ଅଚିଭ୍ମେଣ୍ଟ ଆୱାର୍ଡ ମଧ୍ୟ ମିଳିଛି ।

Get real time updates directly on you device, subscribe now.