‘ସୁଭଦ୍ରା ଯୋଜନା ହୋଇଛି ଗେମ୍ ଚେଞ୍ଜର’, ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ
ନିତି ଆୟୋଗ: ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ
ନୂଆଦିଲ୍ଲୀ: ସମୃଦ୍ଧ ଓଡ଼ିଶା ୨୦୨୩୬ ପାଇଁ ସଂକଳ୍ପ। ଏ ନେଇ ପିଏମ ମୋଦୀଙ୍କ ଆଗରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୫ଶହ ବିଲିୟନ ଅର୍ଥନୀତି ଆଡ଼କୁ ଆଗଉଛି ଓଡ଼ିଶା। ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ। ନୂଆ ସରକାରଙ୍କ ଉପଲବ୍ଧି କଥା କହିଲେ ମୁଖ୍ୟମନ୍ତ୍ରୀ।
ସେ କହିଛନ୍ତି ଯେ, ଦେଢଲକ୍ଷ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି। ସୁଭଦ୍ରା ଯୋଜନା ଗେମ୍ ଚେଞ୍ଜର ହୋଇଛି। ୧ କୋଟି ମହିଳାଙ୍କୁ ୧୦ ହଜାର କୋଟି ଟଙ୍କା ମିଳିଛି। ସବୁ ପଞ୍ଚାୟତରେ ଖୋଲିବ ଗୋଦାବରିଶ ଆଦର୍ଶ ବିଦ୍ୟାଳୟ।
ଜାତୀୟ ଶିକ୍ଷାନୀତି ଏବଂ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହୋଇଛି। ସେ ଆହୁରି କହିଛନ୍ତି ଯେ, ଜନଶୁଣାଣିରେ ଲୋକଙ୍କ ସମସ୍ୟାର ସମାଧାନ ହୋଇଛି। ଦେଢ ଲକ୍ଷ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି।