fbpx

ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉପରୁ GST ହଟାଇବା ଦାବି, ଅର୍ଥମନ୍ତ୍ରୀଙ୍କୁ ଚିଠିି ଲେଖିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ: ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ GST ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଉଲ୍ଲେଖ ଥିବା ଦାବିକୁ ଗୁରୁତ୍ୱାରୋପ କରି ଅର୍ଥମନ୍ତ୍ରୀ ବୀମା ପ୍ରିମିୟମ ଉପରୁ GST ପ୍ରତ୍ୟାହାର କରନ୍ତି ତେବେ ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ୱସ୍ତି ମିଳିବ ।

ଜୁଲାଇ ୨୮କୁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠିରେ ଲେଖିଛନ୍ତି, ‘ଆପଣଙ୍କୁ ଅନୁରୋଧ କି ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ GST ପ୍ରତ୍ୟାହାର କରିବା ପରାମର୍ଶ ଉପରେ ଗୁରୁତ୍ୱାରୋପ କରନ୍ତୁ । କାରଣ ଏହା ବରିଷ୍ଠ ନାଗରିକଙ୍କ ପାଇଁ ବୋଝ ସମାନ । ବର୍ତ୍ତମାନ ଏହି ୨ଟି ବୀମା ପ୍ରିମିୟମ ଉପରେ ୧୮%ର GST ଲାଗୁଛି । ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ ଜିଏସଟି ଲଗାଇବା ଜୀବନର ଅନିଶ୍ଚିତତା ଉପରେ ଟ୍ୟାକ୍ସ ଲଗାଇବା ସଦୃଶ । ମୋ ହିସାବରେ ଯେଉଁ ବ୍ୟକ୍ତି ପରିବାରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ବୀମା ପଲିସି କ୍ରୟ କରିଥାଏ ସେମାନଙ୍କ ପାଇଁ ବୀମା ପ୍ରିମିୟମ ଉପରେ ଟିକସ ଲଗାଯିବା ଉଚିତ ନୁହେଁ ।’

Get real time updates directly on you device, subscribe now.