fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବଡ ସଉଦା କରିବା ଯୋଜନାରେ ନୀତିଶ କୁମାର, ୪ କ୍ୟାବିନେଟ୍ ମନ୍ତ୍ରୀ ପଦ ସହିତ କରିବେ ଏହି ବଡ ଦାବୀ

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୧୨ ଆସନ ଜିତି ବିହାର ମୁଖ୍ୟମନ୍ତ୍ରୀ ଏବେ କିଙ୍ଗ୍‌ମେକର ଭୂମିକାରେ ଅଛନ୍ତି । ଏହି କ୍ରମରେ ନୀତିଶ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅତି କମ୍‌ରେ ୪ କ୍ୟାବିନେଟ୍ ମନ୍ତ୍ରୀ ପଦ, ଶୀଘ୍ର ବିଧାନସଭା ନିର୍ବାଚନ ଓ କେନ୍ଦ୍ର ରାଜକୋଷରୁ ବିହାରକୁ ଅଧିକ ଆର୍ଥିକ ସହାୟତା ଲାଗି ଦାବୀ କରିବେ ବୋଲି ଅନୁମାନ କରାଯାଉଛି ।

ଲୋକସଭା ନିର୍ବାଚନରେ ୧୨ ସିଟ୍ ଜିତିବା ପରେ ଓ ବିଜେପି ଏକାକୀ ବହୁମତରୁ ବହୁ ପଛରେ ପଡିଯିବା ପରେ କ୍ଷମତାସୀନ ଏନଡିଏର ଏକ ମଜଭୁତ ସହଯୋଗୀ ଭାବରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗୁରୁତ୍ୱ ଏବେ ବଢିବାରେ ଲାଗିଛି । ଜେଡି(ୟୁ) ନେତା ରାଜ୍ୟର ବିକାଶ ଏଜେଣ୍ଡା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବଡ ସଉଦା କରିବା ମୁଡ୍‌ରେ ଅଛନ୍ତି ବୋଲି କୁହାଯାଉଛି ।

ଜେଡି(ୟୁ) ଶୀର୍ଷ ସୂତ୍ର ଅନୁଯାୟୀ ତାଙ୍କ ସୂଚୀରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଅଧିକ ମନ୍ତ୍ରୀ ପଦ, କେନ୍ଦ୍ରୀୟ କୋଷ, ବିହାରରେ ଶୀଘ୍ର ବିଧାନସଭା ନିର୍ବାଚନ, ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଆଦି ସାମିଲ ରହିଛି । ଏପରି କୁହାଯାଉଛି କି ବିଜେପି ନେତୃତ୍ୱବାଲା ଏନଡିଏ ସରକାର ଗଠନରେ ପ୍ରମୁଖ ସହଯୋଗୀ ଭାବରେ ନିଜର ନୂଆ ସ୍ଥିତି ପରେ ଏବେ ନୀତିଶ କୁମାର ଅତି କମ୍‌ରେ ୪ରୁ ୫ କ୍ୟାବିନେଟ୍ ମନ୍ତ୍ରୀ ପଦ ଆଶା କରୁଛନ୍ତି । ଏହା ସହିତ ଏନଡିଏ ପକ୍ଷରେ ଅନୁକୂଳ ମାହୋଲର ଲାଭ ଉଠାଇବାକୁ ରାଜ୍ୟରେ ଶୀଘ୍ର ବିଧାନସଭା ନିର୍ବାଚନ କରାଇବାକୁ ଚାହିଁବେ । ଲୋକସଭା ନିର୍ବାଚନ ପରିଣାମରୁ ଏହା ସ୍ପଷ୍ଟ ହୋଇଛି ଯେ, ଏବେ ବିହାରରେ ସ୍ଥିତି ମଜଭୁତ ରହିଛି । ବିଜେପି-ଜେଡି(ୟୁୁ), ଏଲ୍‌ଜେପି(ଆରବି), ଏଚଏଏମ୍ ମିଳିତ ଭାବରେ ୩୦ ସିଟ୍ ଜିତିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ବିହାର ବିଧାନସଭାର କାର୍ଯ୍ୟକାଳ ୨୦୨୫ରେ ସମାପ୍ତ ହେବ । ବିହାରରେ ଅକ୍ଟୋବର-ନଭେମ୍ବର ୨୦୨୦ରେ ବିଧାନସଭା ନିର୍ବାଚନ ହୋଇଥିଲା ଯେଉଁଥିରେ ଜେଡି(ୟୁ) ୪୩ ଆସନ ଜିତିଥିଲା ଓ ବିଜେପିକୁ ୭୪ ଆସନ ମିଳିଥିଲା ।

Get real time updates directly on you device, subscribe now.