fbpx

ବିଦେଶୀ ମେଡିକାଲ କଲେଜରେ ଆଡମିଶନ କରୁଥିଲେ ସାବଧାନ: MBBS ଛାତ୍ରଛାତ୍ରୀଙ୍କ ପାଇଁ ସର୍କୁଲାର ଜାରି କଲା NMC

Advertisement

ନୂଆଦିଲ୍ଲୀ: ଭାରତର ଶହ ଶହ ଛାତ୍ରଛାତ୍ରୀ ଅନେକ ବିଦେଶୀ ୟୁନିଭରସିଟିରେ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି । ତେବେ ଅନେକ ପିଲା ନିଜର ଅଜ୍ଞତା ବଶତଃ ପାଇଁ ବହୁ ଅସୁବିଧାରେ ପଡ଼ିଥାନ୍ତି । ଦେଶର ଛାତ୍ରଛାତ୍ରୀମାନେ, ଆମେରିକା, ବ୍ରିଟେନ, ଜର୍ମାନୀ, ଚୀନ, ୟୁକ୍ରେନ, ରୁଷିଆ, ଜର୍ଜିଆ, କିର୍ଗିସ୍ତାନରେ ଏମବିବିଏସରେ ନାମ ଲେଖାଉଛନ୍ତି । ବେଳେବେଳେ ଛାତ୍ରଛାତ୍ରୀମାନେ କିଛି ନକଲି ୟୁନିଭରସିଟି ଚୟନ କରି ଫସି ଯାଇଥାନ୍ତି ।

ତେବେ ଏ ବାବଦରେ ନ୍ୟାସନାଲ ମେଡିକାଲ କମିସନ (ଏନଏମସି) ପକ୍ଷରୁ ସର୍କୁଲାର ଜାରି କରାଯାଇଛି । ଯେଉଁ ୟୁନିଭରସିଟିଗୁଡ଼ିକର ଏମବିବିଏସ ଡିଗ୍ରୀ ପ୍ରଦାନ ନେଇ ମାନ୍ୟତା ନାହିଁ, ସେ ବିଷୟରେ ଏନଏମସି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦିଆଯାଇଛି । ଭଲ କ୍ୟାରିୟର ଲୋଭରେ ଅନେକ ସମୟରେ ଛାତ୍ରଛାତ୍ରୀ ଫର୍ଜି ବିଶ୍ୱବିଦ୍ୟାଳୟକୁ ବାଛି ପରେ ନିଜର ଭବିଷ୍ୟତ ବର୍ବାଦ କରିଥାନ୍ତି । ଏନଏମସି ପକ୍ଷରୁ କିର୍ଗିସ୍ତାନରେ ମେଡିକାଲ ଡିଗ୍ରୀ ପଢ଼ୁଥିବା ପିଲାଙ୍କ ପାଇଁ ଚେତାବନୀ ଜାରି କରାଯାଇଛି ।

ନିକଟରେ ଏନଏମସି ପକ୍ଷରୁ ଜାରି କରାଯାଇଥିବା ଏକ ଚିଠି ସର୍କୁଲେଟ ହେବାରେ ଲାଗିଛି । ଏଭିସେନା ଇଣ୍ଟରନ୍ୟାସନାଲ ୟୁନିଭରସିଟି, କିର୍ଗିସ୍ତାନକୁ ମେଡିକାଲ ଶିକ୍ଷା ନିୟାମକ ବଡି ଦ୍ୱାରା ମାନ୍ୟତା ପ୍ରଦାନ କରାଯାଇନାହିଁ । ଏହି ବିଶ୍ୱବିଦ୍ୟାଳୟକୁ ଏନଏମସି ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଚିଠି ସର୍କୁଲେଟ ହେବାରେ ଲାଗିଛି । ଏହାକୁ ନିୟାମକ ବୋର୍ଡ ଦ୍ୱାରା ମାନ୍ୟତା ଦିଆଯାଇଛି । ମାନ୍ୟତା ଦେଇଥିବା ଏହି ଲେଟର ସମ୍ପୂର୍ଣ୍ଣ ଭାବେ ଫର୍ଜି ବୋଲି ପିଲାଙ୍କୁ କୁହାଯାଉଛି । ଯଦି କୌଣସି ପିଲା ସେଠାରେ ଅଧ୍ୟୟନ କରେ, ତେବେ ତା’ର ଏମବିବିଏସ ଡିଗ୍ରୀ ମାନ୍ୟ ହେବ ନାହିଁ ।

ଏନେଇ ଏନଏମସି ପକ୍ଷରୁ କୁହାଯାଇଛି, ଏକ ନକଲି ଲେଟର ସର୍କୁଲେଟ ହେବାରେ ଲାଗିଛି । ଏଭିସେନା ଇଣ୍ଟରନ୍ୟାସନାଲ ୟୁନିଭରସିଟିକୁ ଏନଏମସି ଠାରୁ ମାନ୍ୟତା ମିଳିସାରିଛି । ଏପରି ସ୍ଥଳେ ଭାରତୀୟ ଛାତ୍ରଛାତ୍ରୀ ସେଠାରେ ମେଡିକାଲ ଶିକ୍ଷା ଲାଭ କରି ଡାକ୍ତର ହୋଇପାରିବେ । ଏହି ଚିଠିରେ ଏନଏମସିର ସେକ୍ରେଟାରୀ ଓ ଅଣ୍ଡର ସେକ୍ରେଟାରୀଙ୍କ ହସ୍ତାକ୍ଷର ରହିଛି । ସର୍କୁଲେଟ ହେଉଥିବା ଏହି ସମ୍ବନ୍ଧିତ ଚିଠି ସମ୍ପୂର୍ଣ୍ଣ ଭାବେ ଫର୍ଜି ଅଟେ । ଏନଏମସି ପକ୍ଷରୁ ଏନେଇ କୌଣସି ଚିଠି ଜାରି କରାଯାଇନାହିଁ ।

Get real time updates directly on you device, subscribe now.