fbpx

ପୁଣି ପେରୁଛି ବର୍ଷା: ରାଜଧାନୀ ସମେତ ଅନେକ ଅଞ୍ଚଳରେ ବଢିପାରେ ଶୀତର ପ୍ରକୋପ

ନୂଆଦିଲ୍ଲୀ: ମଧ୍ୟଭାଗରେ ପହଞ୍ଚିଲାଣି ଫେବୃୟାରୀ ମାସର କ୍ୟାଲେଣ୍ଡର । କିନ୍ତୁ ଏପର୍ଯ୍ୟନ୍ତ ଦେଶରେ କମୁଡି ଜାଡର ପ୍ରକୋପ । ଏବେ ବି ଶୀତର କବଳରେ ରହିଛି ସାରା ଦେଶ । ଏହାରି ମଧ୍ୟରେ ପାଣିପାଗ ଶୀତ ବଢିବାକୁ ନେଇ ପୂର୍ବାନୁମାନ କରିଛି । ଦେଶରେ ଆହୁରି କିଛି ଦିନ ଶୀତର ପ୍ରକୋପ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ଶୀତ ଲହରି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିସହିତ ଉତ୍ତରପ୍ରଶେରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଘନ କୁହୁଡି ମଧ୍ୟ ଲାଗି ରହିବ । ସେପଟେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତର-ପୂର୍ବ ରାଜସ୍ଥାନ ମଧ୍ୟ ଘନ କୁହୁଡିରେ ଆଚ୍ଛାଦିତ ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ହରିୟାଣା, ପଞ୍ଜାବ, ଚଣ୍ଡୀଗଡ ଏବଂ ଦିଲ୍ଳୀ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡିରେ ପ୍ରଭାବିତ ହୋଇପାରେ । ତେବେ ଉତ୍ତରପ୍ରଦେଶରେ ବିଶେଷ କରି ଆସନ୍ତା ୨ ଦିନ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପର୍ବତାଞ୍ଚଳରେ ବରଫପାତ ସହିତ ଦୁଇ ଦିନ ତଳେ ହୋଇଥିବା ବର୍ଷା ଫଳରେ ଭାରତକୁ ପୁଣି ଥରେ ଶୀତ ଫେରିଛି ।

 

ତେବେ ପାଣିପାଗର ଏହି ସୂଚନା ଅନୁଯାୟୀ ଫେବୃୟାରୀ ୧୫ ତାରିଖ ପରଠୁ ଦେଶରେ ଶୀତ କିଛି କମିପାରେ ବୋଲି ଆଶା କରାଯାଉଛି । ୧୫ ଫେବୃୟାରୀ ଭିତରେ ସର୍ବାଦିକ ତାପମାତ୍ରା ୨୨ରୁ ୨୪ ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ । ଏହାଦ୍ୱାରା ଶୀତର ପ୍ରଭାବ କମିବ ।

Get real time updates directly on you device, subscribe now.