ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ: ”କଲେଜରେ ମଦ ଦେଖିଲେ ହେଲ୍ପଲାଇନରେ କଲ କରି ଜଣାଅ”

ଭୁବନେଶ୍ୱର: ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ । ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।

ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରତି କଲା ଉଚ୍ଚଶିକ୍ଷା ବିଭାଗ । ଏନସିବିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନସର ଶୁଭାରମ୍ଭ ।

ନିଶା ସମ୍ପର୍କୀତ ସୂଚନା ପାଇଁ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । କ୍ୟାମ୍ପସରେ ମଦ ଦେଖିଲେ ୧୯୩୩କୁ ଫୋନ୍ କରି ସୂଚନା ଦେବାକୁ ପରାମର୍ଶ ।

ଏହି ହେଲ୍ପ ଲାଇନ ନମ୍ବର ଜରିଆରେ ନିଶା ସମ୍ପର୍କିତ ସୂଚନା ଦେଇପାରିବେ ଛାତ୍ରଛାତ୍ରୀ ।