fbpx

ଆଉ ବର୍ତ୍ତି ପାରିବେନି ଧୋକା ଦେଇ ବିବାହ କରୁଥିବା ବ୍ୟକ୍ତି, ଆସିବ ନୂଆ ଆଇନ୍

Advertisement

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଯଦି ଜଣେ ହିନ୍ଦୁ ପୁଅ ଜଣେ ହିନ୍ଦୁ ଝିଅକୁ ମିଛ କହୁଛି, ତେବେ ଏହାକୁ ମଧ୍ୟ ଜିହାଦ କୁହାଯିବ । ଏଥିସହ ଖୁବ ଶୀଘ୍ର ରାଜ୍ୟରେ ଏ ସମ୍ପର୍କରେ ଆଇନ ପ୍ରଣୟନ କରାଯିବ ବୋଲି ସେ କହିଛନ୍ତି । ଶର୍ମାଙ୍କ ଅନୁଯାୟୀ, ଜଣେ ପୁରୁଷ ଜଣେ ହିନ୍ଦୁ କିମ୍ବା ମୁସଲମାନ ମହିଳାଙ୍କ ସହ ଛଳନା କରି ବିବାହ କରିବାକୁ ଚାହିଁଲେ ତାହା ସରକାର ବରଦାସ୍ତ କରିବେ ନାହିଁ। ତେଣୁ ଏନେଇ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯିବ ।

ଶନିବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଲଭ୍ ଜିହାଦ୍ ଶବ୍ଦର ବ୍ୟବହାର କରିବାକୁ ଚାହୁଁନୁ । କାରଣ ଜଣେ ହିନ୍ଦୁ ଆଉ ଜଣେ ହିନ୍ଦୁକୁ ବି ଧୋକା ଦେଇପାରେ । ତେବେ ଆମେ ସାଧାରଣତଃ ଜଣେ ମୁସଲିମ୍, ଅନ୍ୟ ଜଣେ ମୁସଲିମ୍ କୁ ଧୋକା ଦେଲେ ତାକୁ ଲଭ୍ ଜିହାଦ୍ କହିଥାଉ । ମୋ ମତରେ ଏହା ମଧ୍ୟ ଏକ ‘ଜିହାଦ୍’ ଯେତେବେଳେ ଜଣେ ହିନ୍ଦୁ ପୁରୁଷ ଜଣେ ହିନ୍ଦୁ ମହିଳାଙ୍କୁ ପ୍ରତାରଣା କରି ଧୋକା ବିବାହ କରେ। ସେଥିପାଇଁ ମୁଁ ଜିହାଦ ଭଳି ଶବ୍ଦରେ ବିଶ୍ୱାସ କରେ ନାହିଁ । ତେଣୁ ଏହି ଭଳି ସମସ୍ୟା ଉପରେ ରୋକ୍ ଲଗାଇବା ପାଇଁ ନୁତନ ଆଇନ୍ ପ୍ରଣୟନ କରାଯିବ ।

Get real time updates directly on you device, subscribe now.