fbpx

ବାଘ ବୁଢା ହେଲେ ବି ଶିକାର କରିବା ଭୁଲେନି, ୪୦ ବର୍ଷରେ ବି ଧୋନୀଙ୍କ ଠାରେ ବିଜୁଳିର ତୀବ୍ରତା: ଦେଖନ୍ତୁ Viral Video

Advertisement

ନୂଆଦିଲ୍ଳୀ: ବୟସ ହେଲାଣି ୪୦ । ଆନ୍ତର୍ଜାତୀୟ କ୍ରିକେଟରୁ ନେଇ ସାରିଛନ୍ତି ଅବସର ଆଉ ଘରୋଇ କ୍ରିକେଟରୁ ବି ଦୂରରେ । ହେଲେ ଏବେବି ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଆଉ ପୂର୍ବ ପରି ବିଜୁଳି ବେଗରେ ଧାଉଁଛନ୍ତି । ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଏକ ଚିତାକର୍ଷକ ରନଆଉଟ କରିବା ସହିତ ବୟସ ଯେ କେବଳ ଏକ ସଂଖ୍ୟା ତାହା ସ୍ପଷ୍ଟ କରିଛନ୍ତି । ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ମୁକାବିଲାରେ ଶ୍ରୀଲଙ୍କାର ଭାନୁକା ରାଜପକ୍ଷାଙ୍କୁ ରନ ଆଉଟ କରିଥିଲେ ଧୋନୀ । ମ୍ୟାଚର ଦ୍ୱିତୀୟ ଓଭରର ପ୍ରଥମ ବଲରେ ରାଜପକ୍ଷା ଏକ ସିଙ୍ଗିଲ ଚୋରାଇବାକୁ ଚେଷ୍ଟା କରିଥିଲେ ।

ହେଲେ ନନ ଷ୍ଟ୍ରାଇକରେ ଥିବା ଧୱନ ତାଙ୍କୁ ଫେରାଇ ଦେଇଥିଲେ । ତେବେ ରାଜପକ୍ଷା କ୍ରିଜରେ ପହଞ୍ଚି ଯିବା ନେଇ ଆଶା କରାଯାଉଥିଲା । ଏପରିକି ଡିରେକ୍ଟ ହିଟ୍ ମଧ୍ୟ ବାଜିନଥିଲା । ତେବେ ଧୋନୀ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଡାଇଭ୍ ମାରିବା ସହିତ ରନ ଆଉଟ କରିଥିଲେ । ଥ୍ରୋ ଠିକ୍ ନଥିଲେ ହେଁ ଧୋନୀ ସଠିକ୍ ସମୟରେ ଡାଇଭ୍ ମାରିଥିଲେ ଆଉ ରାଜପକ୍ଷା କ୍ରିଜରୁ ଗୋଟେ ଫୁଟ ଦୂରରେ ରହି ଯାଇଥିଲେ । ଦେଖନ୍ତୁ ଭିଡିଓ ।

Get real time updates directly on you device, subscribe now.