fbpx
BSKY SKY
BSKY SKY

ଏଣିକି ବିନା ପ୍ରେସ୍‌କ୍ରିପ୍‌ଶନରେ ହେବନାହିଁ ଏମ୍‌ଆର୍‌ଆଇ କିମ୍ବା ସିଟି ସ୍କାନ୍‌ : SOP ଜାରି 

BSKY

ଭୁବନେଶ୍ୱର : ଏଣିକି ବିନା ପ୍ରେସ୍‌କ୍ରିପ୍‌ଶନରେ ଏମ୍‌ଆର୍‌ଆଇ କିମ୍ବା ସିଟି ସ୍କାନ୍‌ ହୋଇପାରିବ ନାହିଁ। ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ଡାକ୍ତରମାନେ ଯାଞ୍ଚ ନକରି ଏମ୍‌ଆର୍‌ଇ କିମ୍ବା ସିଟି ସ୍କାନ୍‌ ପାଇଁ ଲେଖିପାରିବେ ନାହିଁ। ଏଥିପାଇଁ ରୋଗୀଙ୍କ ପ୍ରେସ୍‌କ୍ରିପ୍‌ଶନ ଜରୁରୀ ଅଟେ ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କଡ଼ା ନିୟମ କରାଯାଇଛି।

 

ସୂଚନା ଅନୁସାରେ ମାଗଣାରେ ଟେଷ୍ଟ କରିବା ପାଇଁ ରୋଗୀ ନକଲି ପ୍ରେସକ୍ରିପ୍ସନ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । କିଛି ଦଲାଲ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କଠୁ ଟଙ୍କା ନେଇ ଆବଶ୍ୟକ ନଥିଲେ ବି ପ୍ରାଇଭେଟ ଡାକ୍ତରଙ୍କ ପ୍ରେସକ୍ରିପସନରେ କ୍ୟାପିଟାଲ ହସ୍ପିଟାଲ ଆସି ଏଠି ଟଙ୍କା ଦେଇ ଏମଆରଆଇ କିମ୍ବା ସିଟି ସ୍କାନ୍‌ କରାଇ ଦେଉଥିଲେ। ଦଲାଲଙ୍କୁ ସାବାଡ଼ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଏହି ନୂଆ ନିୟମ କରିଛି।

Get real time updates directly on you device, subscribe now.