ନୂଆଦିଲ୍ଲୀ: କାର ଓ ବାଇକ୍ ଚାଳକଙ୍କ ପାଇଁ ବଡ଼ ଖବର । ଏଣିକି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲେ ବି କାର୍ ବା ବାଇକ୍ ଚଳାଇପାରିବେ । ଡିଏଲ ନଥିଲେ ବି ପୋଲିସ ଚାଲାଣ କାଟିବ ନାହିଁ । ତେବେ ଅନେକଥର ଆପଣଙ୍କର ଡ୍ରାଇଭିଂ ଲାଇାସେନ୍ସ ଥିଲେ ବି ଯାତ୍ରା କରିବା ସମୟରେ ଏହାକୁ ନିଜ ପାଖରେ ରଖିବାକୁ ଭୁଲିଯାଆନ୍ତି । ଏହି ସମୟରେ ପୋଲିସ ଧରିଲେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିଥାଏ ।
ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କାର ଜରିମାନା ରହିଛି । କିନ୍ତୁ ଏବେ ଆପରଙ୍କୁ ଚିନ୍ତା କରିବାକୁ ପଡିବନି । କାରଣ ଏପରି ଏକ ଉପାୟ ରହିଛି, ଯାହା ମାଧ୍ୟମରେ ଆପଣ ଡିଏଲ ବିନା ଯାତ୍ରା କରିପାରିବେ ଓ ପୋଲିସ ଚାଲାଣ କାଟିବନି । ତେବେ ଏଥିପାଇଁ ଆପଣଙ୍କୁ ଟିକେ ପରିଶ୍ରମ କରିବାକୁ ପଡିବ । ସରକାରଙ୍କ ଏକ ମୋବାଇଲ ଆପ୍ ଅଛି, ଯାହାର ନାଁ ଡିଜିଲକର ।
ଆପଣଙ୍କୁ ଥରେ ନିଜ ଡ୍ରାଇଭିଂ ଲାଇସେନ୍ସକୁ ଡିଜିଲକରରେ ଅପଲୋଡ କରିବାକୁ ପଡିବ । ଯେବେ ଆପଣ ଡିଏଲକୁ ଡିଜିଲକରରେ ଅପଲୋଡ କରିନେବେ, ସେବେ ଆପଣଙ୍କୁ ଆଉ ନିଜ ପାଖରେ ଡ୍ରାଇଭିଂ ଲାଇସେନ୍ସ ରଖିବାକୁ ଆବଶ୍ୟକ ପଡିବ ନାହିଁ । ଏହା ଆପଣ ଘରେ ସୁରକ୍ଷିତ ରଖି ଯାତ୍ରା କରିପାରିବେ । ଯେବେ ବି ଯାତ୍ରା ସମୟରେ ଆପଣଙ୍କୁ ପୋଲିସ ଧରେ, ସେବେ ଡିଜିଲକରରେ ଅପଲୋଡ ହୋଇଥିବା ଡିଏଲକୁ ଆପଣ ଦେଖାଇପାରିବେ ।