fbpx

ଭାଇରାଲ୍ ହେଉଛି ରାମଦେବ ବାବାଙ୍କ ବିବାଦୀୟ ବୟାନ, କହୁଛନ୍ତି, ‘କୋଉ ବାପର ଦମ୍ ନାହିଁ ବାବାଙ୍କୁ ଗିରଫ କରିବ’

ଡେରାଡୁନ: ଯୋଗଗୁରୁ ବାବା ରାମଦେବ ନିକଟରେ ଏଲୋପାଥିକ୍ ମେଡିସିନ୍ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ଯୋଗୁଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ତରଫରୁ ବାବାଙ୍କୁ ମାନହାନୀର ନୋଟିସ୍ ପଠାଯାଇଥିବା ବେଳେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି । ଏଥିରେ ସେ କହୁଛନ୍ତି ଯେ, କୋଉ ବାପାର ଦମ୍ ନାହିଁ ଯିଏ ବାବାଙ୍କୁ ଗିରଫ କରିବ… । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ବଦନାମ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରକାରର ଚେଷ୍ଟା କରାଯାଉଛି ହେଲେ ସେଥିରୁ ତାଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

ଆଇଏମଏକୁ ଟାର୍ଗେଟ କରି ରାମଦେବ ବାବା କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ଲୋକେ ଚିତ୍କାର କରୁଛନ୍ତି ଯେ, ବାବାଙ୍କୁ ଗିରଫ କରନ୍ତୁ । କେତେବେଳେ କହୁଛନ୍ତି ଠକ ରାମଦେବ, ମହାଠକ ରାମଦେବ ଏବଂ କିଛି ଲୋକ କହୁଛନ୍ତି ତୁରନ୍ତ ଗିରଫ କର । କିନ୍ତୁ ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବନି । ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ୍ arrestbabaramdev ଟ୍ରେଣ୍ଡ ହେଉଥିବା ବାବା ରାମଦେବ ଏକ ଅନଲାଇନ୍ ମିଟିଂରେ କହିଛନ୍ତି ।

ସୂଚନାଯୋଗ୍ୟ, ସ୍ଵାମୀ ରାମଦେବଙ୍କୁ ମାନହାନୀ ନୋଟିସ୍ ପଠାଇଛି ଆଇଏମଏ । ନିଜ ବିବାଦୀୟ ମନ୍ତବ୍ୟ ପାଇଁ ୧୫ ଦିନ ଭିତରେ କ୍ଷମା ନମାଗିଲେ ୧୦୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ କରାଯିବ ବୋଲି ଆଇଏମଏ ନୋଟିସ୍ରେ ଉଲ୍ଲେଖ କରିଛି । ନଚେତ୍ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଆଇଏମଏ କହିଛି ।

Get real time updates directly on you device, subscribe now.