fbpx

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଟିମ୍‌ରେ ମିଳିଲାନି ସ୍ଥାନ: ଇନଷ୍ଟାଗ୍ରାମ୍‌ରେ ଆବେଗଭରା ପୋଷ୍ଟ କଲେ ପୃଥୀ ଶ’

ମୁମ୍ବାଇ: ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି। ଏହି ଗସ୍ତରେ ଭାରତ ତିନୋଟି ଟି-୨୦ ସହିତ ତିନି ଦିନିକିଆ ମଧ୍ୟ ଖେଳିବ। ଓପନର ଲୋକେଶ ରାହୁଲ ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଭଳି ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ପାଇଁ ବିଶ୍ରାମ ଦିଆଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବେ ନାହିଁ।

ତେବେ ଏହି ଗସ୍ତ ପାଇଁ ଦଳ ଘୋଷଣା ହେବା ପରେ ଯୁବ ଦକ୍ଷ ବ୍ୟାଟ୍ସମ୍ୟାନ୍ ପୃଥୀ ଶ’ ଇନଷ୍ଟଗ୍ରାମ୍‌ରେ ଏକ ଭାବୁକ ପୋଷ୍ଟ କରିଛନ୍ତି। ପୃଥୀ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ‘ଆଶା କରୁଛି ଆପଣ ସବୁ ଦେଖୁଛନ୍ତି ସାଇ ବାବା’। ଏହା ପୁର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ଦଳରେ ସ୍ଥାନ ନଥିଲା, ସେତେବେଳେ ମଧ୍ୟ ପୃଥୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ସମୟରେ ମଧ୍ୟ ସେ ଇନଷ୍ଟଗ୍ରାମରେ ଲେଖିଥିଲେ ଯେ, କାହାର ଶବ୍ଦରେ ନୁହେଁ, କାମରେ ବିଶ୍ୱାସ କରନ୍ତୁ। କାରଣ କର୍ମ ହିଁ ସାବ୍ୟସ୍ତ କରିଥାଏ, କୌଣସି ଶବ୍ଦ ନୁହେଁ।

ତେବେ ମୁମ୍ବାଇର ଏହି ଦୁର୍ଦଶ ବ୍ୟାଟ୍ସମ୍ୟାନ୍ ପୃଥୀ ଶ’ ଗତ ଏକ ବର୍ଷ ଧରି ଭାରତୀୟ କ୍ରିକେଟ୍ ଦଳରୁ ବାଦ ପଡିଛନ୍ତି। ପୃଥୀ ଗତ ବର୍ଷ ଜୁଲାଇରେ ଶ୍ରୀଲଙ୍କାର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏହି ଟି-୨୦ ମ୍ୟାଚରେ ସେ ଶୂନରେ ଆଉଟ ହୋଇଯାଇଥିଲେ। ଏହା ପରେ ତାଙ୍କୁ ଟିମ୍ ଇଣ୍ଡିଆରୁ ଡ୍ରପ୍ କରାଯାଇଥିଲା। ତେବେ ଏହା ପରେ ପୃଥୀ ଆଇପିଏଲ୍ ୨୦୨୨, ଦିଲ୍ଲୀପ ଟ୍ରଫି, ରଣଜୀ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ଅନେକ ରନ୍ ସ୍କୋର କରିଥିଲେ। କିନ୍ତୁ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ବିଫଳ ହୋଇଥିଲେ।

ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ଅନ୍ତର୍ଜାତୀୟ ପାଇଁ ସ୍କ୍ୱାଡ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଋଷଭ ପନ୍ତ, ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଲ ପଟେଲ , ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର ଏବଂ ଉମ୍ରାନ ମଲିକ।

Get real time updates directly on you device, subscribe now.