ନାହାନ୍ତି ଋଷଭ-ସିରାଜ, ଫେରିଲେ ଶାମୀ… ଇଂଲଣ୍ଡ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଟିମ ଇଣ୍ଡିଆ

ଇଂଲଣ୍ଡ ଟି-୨୦ ସିରିଜ ପାଇଁ ଦଳ ଘୋଷଣା: ଦଳକୁ ଫେରିଲେ ମହମ୍ମଦ ଶାମୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ହୋଇଥିବା ବେଳେ ଅକ୍ସର ପଟେଲଙ୍କୁ ଦଳର ଉପ-ଅଧିନାୟକ ପଦ ଦେଇଛି ଟିମ ଇଣ୍ଡିଆ । ତେବେ ଷ୍ଟାର ବୋଲର ମହମ୍ମଦ ଶାମୀ ଏହି ଦଳରେ କମବ୍ୟାକ କରିଛନ୍ତି ।

ଫେରିଲେ ଶାମୀ: ଦିନିକିଆ ବିଶ୍ୱକପ୍ ୨୦୨୩ ପରେ ପୁଣିଥରେ ଦଳକୁ କମବ୍ୟକ କରିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଆହତ ସମସ୍ୟାରୁ ଦୀର୍ଘ ଦିନ କ୍ରିକେଟରୁ ଦୂରେଇ ରହିବା ପରେ ସେ ଟି-୨୦ ସିରିଜ ଜରିଆରେ ଭାରତୀୟ ଦଳକୁ ଫେରିବାର ସୁଯୋଗ ପାଇଛନ୍ତି ।

ନାହାନ୍ତି ଋଷଭ-ସିରାଜ: ଇଂଲଣ୍ଡ ବିପକ୍ଷ ସିରିଜରେ ଷ୍ଟାର ୱିକେଟ କିପର ଋଷଭ ପନ୍ତ ଏବଂ ମହମ୍ମଦ ସିରାଜ ଦଳରୁ ବାଦ୍ ପଡ଼ିଛନ୍ତି । ଏହାସହିତ ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ ଏବଂ କୁଳଦୀପ ଯାଦବ ମଧ୍ ଦଳରୁ ବାଦ୍ ପଡ଼ିଛନ୍ତି ।

ଏହାବ୍ୟତୀତ ରମନଦୀପ ସିଂହ ଏବଂ ଆଭେଶ ଖାନଙ୍କୁ ଦଳରେ ସୁଯୋଗ ମିଳିନାହିଁ । ତେବେ ସଞ୍ଜୁ ସାମସନ, ତିଲକ ବର୍ମା ଏବଂ ନୀତିଶ କୁମାର ରେଡ୍ଡୀ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି ।

ଇଂଲଣ୍ଡ ସିରିଜ ପାଇଁ ଭାରତର ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ସର ପଟେଲ(ଉପ-ଅଧିନାୟକ), ସଞ୍ଜୁ ସାମସନ, ଅଭିଶେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ଶାମୀ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ୍ ସୁନ୍ଦର ଏବଂ ଧ୍ରୁବ ଜୁରେଲ