ନୂଆଦିଲ୍ଲୀ,୩ ।୫: ଦେଶରେ କରୋନ ସ୍ଥିତି ବିଗିଡିବାରେ ଲାଗିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି କୋଭିଡ ସମ୍ପର୍କିତ ରିଲିଫ ସାମଗ୍ରୀ ଉପରୁ ସମସ୍ତ ଶୁଳ୍କ ଛାଡ ହେବ । ରିଲିଫ ସାମଗ୍ରୀ ଆମଦାନୀ ଉପରେ ଉତ୍ପାଦ ଶୁଳ୍କ ଓ ସ୍ୱାସ୍ଥ୍ୟ ସେସ୍ ଛାଡ ହେବ । ରେମଡେସିଭିର ଭଳି ଇଂଜେକ୍ସନ ଉପରେ ଅକ୍ଟୋବର ଯାଏ ଶୁଳ୍କ ଛାଡ ହୋଇଛି । ଅକ୍ସଜେନ୍ ଓ ସମ୍ପର୍କିତ ସରଞ୍ଜାମ ଉପରେ ଜୁଲାଇ ଯାଏ ସମସ୍ତ ଶୁଳ୍କ ଓ ସେସ୍ ଛାଡ କରାଯିବ । କୋଭିଡ ଟିକା ଉପରେ ବି ଶୁଳ୍କ ଛାଡ ପାଇଁ ଅର୍ଥ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।
Next Post