fbpx

ନିଆଳିରେ ଟିକା ବର୍ଜନ

ନିଆଳି,୧୬ ।୧(ଓଡିଶା ଭାସ୍କର): ଆଜି ସାରା ରାଜ୍ୟରେ ଟିକାକରଣ ଚାଲିଥିବା ବେଳେ କଟକ ନିଆଳିରେ ସ୍ୱାସ୍ଥ୍ୟକର୍ମୀମାନେ କରୋନା ଟିକା ବର୍ଜନ କରିଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମ ସ୍ୱାସ୍ଥ୍ୟକର୍ମୀ ନେଲେନାହାନ୍ତିି ଟିକା । କୋଭିଡ୍ କେୟାର ହୋମ ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପୁୁନଃ ନିଯୁକ୍ତି ଦାବି କରି ଟିକା ନେଇନାହାନ୍ତି ୧୫ରୁ ୧୬ ଜଣ ସ୍ୱାସ୍ଥ୍ୟକର୍ମୀ । କଳାବ୍ୟାଚ ଧାରଣ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସେମାନେ ପ୍ରତିବାଦ କରିଛନ୍ତି ।

ସେମାନଙ୍କ କହିବା ମୁତାବକ, ସରକାର ଜରୁରୀ ସମୟରେ ନିଯୁକ୍ତି ଦେଇଥିଲେ । ପରେ ସବୁକିଛି ଠିକ୍ ହେବାରୁ ପୁଣି ଆମକୁ ଚାକିରିରୁ ବାହାର କରିଦେଲେ । ବର୍ତ୍ତମାନ ସୁଦ୍ଧ ବକେୟା ଦରମା ଦିଆଯାଇନଥିବାରୁ ଆମେ କରୋନା ଟିକା ବର୍ଜନ କରିଛୁ ।

Get real time updates directly on you device, subscribe now.