fbpx

ନୋବେଲ ଫାଉଣ୍ଡେସନର ବଡ଼ ଘୋଷଣା; ବଢିଲା ନୋବେଲ ପୁରସ୍କାର ରାଶି, ଏଣିକି ବିଜେତାଙ୍କୁ ମିଳିବ…

Advertisement

ଓଡିଶା ଭାସ୍କର; ୨୦୨୩ ବର୍ଷ ପାଇଁ ନୋବେଲ ବିଜେତାଙ୍କୁ ଅତିରିକ୍ତ ୧୦ ଲକ୍ଷ କ୍ରୋନର୍‌ ମିଳିବ। ଏଭଳି ନିଷ୍ପତି ନେଇ ଶୁକ୍ରବାର ଦିନ ଘୋଷଣା କରିଛି ନୋବେଲ ଫାଉଣ୍ଡେସନ। ଏହା ସମୁଦାୟ ଆର୍ଥିକ ପରିମାଣ ୧.୧କୋଟି ସ୍ଵିଡେନ କ୍ରୋନର (୯.୮୬ ଲକ୍ଷ ଡଲାର) ହୋଇଯିବ। ନୋବେଲ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ କହିଛନ୍ତି ଯେ ଫାଉଣ୍ଡେସନର ଦୃଢ ଆର୍ଥିକ ସ୍ଥିତିକୁ ପ୍ରତିଫଳିତ କରିବାକୁ ସେମାନେ ଚଳିତ ବର୍ଷ ପରିମାଣ ବୃଦ୍ଧି କରୁଛନ୍ତି। ୨୦୧୨ରେ ପୁରସ୍କାର ରାଶି ୧ କୋଟି କ୍ରୋନର୍‌ରୁ ୮୦ ଲକ୍ଷକୁ ହ୍ରାସ କରାଯାଇଥିଲା। ସେହିପରି ୨୦୧୭ରେ ଏହାକୁ ୯୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା ଏବଂ ଶେଷରେ ୨୦୨୦ରେ ଏହାକୁ ୧ କୋଟି କରାଯାଇଥିଲା।

ସୂଚନା ଯୋଗ୍ୟ, ବିଶ୍ୱରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଯେତେ ସବୁ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି ତନ୍ମଧ୍ୟରେ ନୋବେଲ ପୁରସ୍କାର ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର। ଶାନ୍ତି, ଚିକିତ୍ସା, ସାହିତ୍ୟ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ।

ଏହି ପୁରସ୍କାରର ପ୍ରତିଷ୍ଠାତା ହେଲେ ସୁଇଡିଶ ବୈଜ୍ଞାନିକ ତଥା ଡିନାମାଇଟର ଉଦ୍ଭାବକ ଡ.ଆଲଫ୍ରେଡ ନୋବେଲ। ୧୯୦୧ଠାରୁ ଆଲଫ୍ରେଡ ନୋବେଲଙ୍କ ଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ୱିଡେନର ରାଜଧାନୀ ଷ୍ଟକହୋମଠାରେ ବ୍ୟାଙ୍କ ଅଫ ସ୍ୱିଡେନ ପ୍ରାଇଜ୍ ଇନ୍ ଇକୋନୋମିକ ସାଇନ୍ସ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍, ଅର୍ଥ ଏବଂ ଏକ ମାନପତ୍ର ପ୍ରଦାନ କରାଯାଇଥାଏ।

Get real time updates directly on you device, subscribe now.