fbpx

ନୋବେଲ୍ ବିଜେତା ବୈଜ୍ଞାନିକ ପିଟର ହିଗ୍ସଙ୍କ ପରଲୋକ, ବ୍ରହ୍ମାଣ୍ଡ ସୃଷ୍ଟି ବିଷୟରେ କରିଥିଲେ ଖୁଲାସା

ନୂଆଦିଲ୍ଲୀ: ନୋବେଲ୍ ପୁରଷ୍କାର ପ୍ରାପ୍ତ ବୈଜ୍ଞାନିକ ପିଟର ହିଗ୍ସଙ୍କର ଦେହାନ୍ତ ହୋଇଛି । ସେ ୯୪ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହିଗ୍ସ ଗଡ ପାର୍ଟିକାଲର ଅନୁସନ୍ଧାନ ପାଇଁ ପରିଚିତ । ଗଡ ପାର୍ଟିକାଲର ଅନୁସନ୍ଧାନ ଏହା ବୁଝିବାରେ ସାହାଯ୍ୟ କରିଥିଲା ଯେ, ବିଗ ବିଙ୍ଗଙ୍କ ପରେ ବ୍ରହ୍ମାଣ୍ଡ କିପରି ସୃଷ୍ଟି ହୋଇଥିଲା । ହିଗ୍ସ-ବୋସୋନ ସିଦ୍ଧାନ୍ତ ପାଇଁ ତାଙ୍କୁ ସଂଯୁକ୍ତ ଭାବେ ଭୌତିକର ନୋବେଲ ପୁରଷ୍କାର ମିଳିଥିଲା । ଏଡିନବର୍ଗ ୟୁନିର୍ଭସିଟୀ ହିଗ୍ସଙ୍କ ପରଲୋକକୁ ସ୍ପଷ୍ଟ କରି କହିଥିଲେ ଯେ, ୮ ଏପ୍ରିଲରେ ଅସୁସ୍ଥ କାରଣରୁ ଘରେ ତାଙ୍କର ଦେହାନ୍ତ ଘଟିଛି ।

ଏଡିନବର୍ଗ ବିଶ୍ୱବିଦ୍ୟାଳୟ କହିଛି ଯେ ହିଗ୍ସ ଜଣେ ମହାନ ଶିକ୍ଷକ ଥିଲେ। ଏଡିନବର୍ଗ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପିଟର ମାଥିସନ୍ କହିଛନ୍ତି ଯେ ହିଗ୍ସ ଜଣେ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ଏବଂ ଜଣେ ଉଜ୍ଜ୍ୱଳ ବୈଜ୍ଞାନିକ। ତାଙ୍କର ଦର୍ଶନ ଏବଂ କଳ୍ପନା ଜଗତ ବିଷୟରେ ଆମର ଜ୍ଞାନକୁ ସମୃଦ୍ଧ କରିଛି। ତାଙ୍କ କାର୍ଯ୍ୟ ଦ୍ୱାରା ହଜାର ହଜାର ବୈଜ୍ଞାନିକ ଅନୁପ୍ରାଣିତ ହୋଇଥିଲେ। ଆଗାମୀ ପିଢ଼ିମାନେ ତାଙ୍କୁ ସର୍ବଦା ମନେରଖିବେ।

ବ୍ରିଟେନର ପିଟର ହିଗ୍ସ ଏବଂ ବେଲଜିୟମର ଫ୍ରାଙ୍କୋଇସ୍ ଏଙ୍ଗଲର୍ଟ ପଦାର୍ଥ ବିଜ୍ଞାନରେ ୨୦୧୩ ନୋବେଲ ପୁରସ୍କାର ପାଇଥିଲେ। ଉଭୟ ବୈଜ୍ଞାନିକ ପରମାଣୁଠାରୁ ଛୋଟ କଣିକାର ବହୁଳ ବ୍ୟାଖ୍ୟା କରିବାର ପ୍ରକ୍ରିୟାର ତତ୍ତ୍ୱଗତ ଆବିଷ୍କାର କରିଥିଲେ। ହିଗ୍ସ ରୟାଲ ସୋସାଇଟିର ସଦସ୍ୟ ଏବଂ Companion of Honor ଥିଲେ। ସେ ୨୦୧୨ ରେ ହିଗ୍ସ ସେଣ୍ଟର ଫର ଥିଓରିଟିକାଲ୍ ଫିଜିକ୍ସ ପ୍ରତିଷ୍ଠା କରିଥିଲେ।

Get real time updates directly on you device, subscribe now.