fbpx

ବଜାରକୁ ଆସିଲା ନୋକିଆର ୪ଜି ଫିଚର୍ ଫୋନ୍‌, ଥରେ ଚାର୍ଜ କଲେ ୨୭ ଦିନ ଚାଲିବ

ନୂଆଦିଲ୍ଲୀ: ପୁଣି ଭାରତୀୟ ମୋବାଇଲ ମାର୍କେଟକୁ କବଜା କରିବ ନୋକିଆ। ବର୍ତ୍ତମାନ ଭାରତରେ ସ୍ମାର୍ଟଫୋନ୍ ଏବଂ ଏଥିରେ ମାସିକ ରିଚାର୍ଜ କରିବା ଏତେ ମହଙ୍ଗା ହୋଇଗଲାଣି ଯେ, ଜଣେ ସାଧାରଣ ଲୋକ ସ୍ମାର୍ଟ ଫୋନ୍ ଧରିବା ଅଭିଶାପ ପାଲଟିଗଲାଣି। ତେବେ ଏସବୁ ମୁକାବିଲା କରିବା ପାଇଁ ବଜାରରେ ନୋକିଆ ଲଞ୍ଚ କରିଛି ଏହାର ଫିଚର ଫୋନ୍ ‘ନୋକିଆ ୮୧୨୦୪ଜି’। ଏହି ଫିଚର୍ ଫୋନ୍ ଆକର୍ଶଣୀୟ ଡିଜାଇନ୍ ଏବଂ ଏକ ବିଲ୍ଟ-ଇନ୍ ଫ୍ଲାସ୍ ଲାଇଟ୍ ଏବଂ ରେଡିଓ ସହିତ ଉପଲବ୍ଧ ହେବ। ୮୧୨୦ ୪ଜି ଫୋନର ବିଶେଷତ୍ୱ ହେଉଛି ଏଥିରେ ଭୋଲ୍ଟି ନେଟୱର୍କ ସଂଯୋଗ ମଧ୍ୟ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଏହି ଫୋନର ମୂଲ୍ୟ ଏବଂ ସମସ୍ତ ବେଶିଷ୍ଟ।

ନୋକିଆ ୮୧୨୦ ୪ଜି ମୂଲ୍ୟ:
ନୋକିଆ ୮୧୨୦ ୪ଜିର ମୂଲ୍ୟ ହେଉଛି ୩,୯୯୯ ଟଙ୍କା। ଗ୍ରାହକମାନେ ଡାର୍କ ବ୍ଲୁ ଏବଂ ରେଡ୍ କାଲାର୍‌ରେ ୪ଜି ଫିଚର ଫୋନ୍ କିଣିପାରିବେ। ଏହି ଫୋନ୍ ଆମାଜନ.ଇନ୍ ଏବଂ ନୋକିଆ ଇଣ୍ଡିଆ ଅନଲାଇନ୍ ଷ୍ଟୋର୍‌ରେ କ୍ରୟ ପାଇଁ ଉପଲବ୍ଧ ହେଉଛି।

ନୋକଆ ୮୧୨୦ ୪ଜି ଫୋନ୍‌ର ବେଶିଷ୍ଟ:
ଏହି ନୋକିଆ ଫୋନରେ ୨୪୦ଞ୍ଚ୩୨୦ ପିକ୍ସେଲ ରେଜୋଲୁସନ ସହିତ ୨.୮-ଇଞ୍ଚ ଡିସପ୍ଲେ ଅଛି। ଏହି ଫୋନ୍ ସିଙ୍ଗଲ୍‌-କୋର ଟି ୧୦୭ ୟୁନିସୋକ ଟି ୧୦୭ ପ୍ରୋସେସର ଦ୍ୱାରା ଚାଳିତ। ୪ଜି ଫିଚର ଫୋନରେ ୪ଜିବି ରାମ୍ ଏବଂ ୧୨୮ଏମ୍ବି ଇଣ୍ଟରନାଲ୍ ଷ୍ଟୋରେଜ୍ ଅଛି।

ଏହି ଫୋନ୍‌ରେ ୩୨ ଜିବି ପର୍ଯ୍ୟନ୍ତ ମେମୋରୀ କାର୍ଡ ବ୍ୟବହାର କରି ପାରିବେ। ଏହି ନୋକିଆ ୮୧୨୦ ଫୋନ୍‌ରେ ଡୁଆଲ୍ ସିମ୍ ସହିତ ଆସିଥାଏ ଏବଂ ଏସ୍‌୩୦ ଅପରେଟିଂ ସିଷ୍ଟମରେ ଚାଲିଥାଏ। ଏହି ୪ଜି ଫିଚର୍ ଫୋନ୍ ୧,୪୫୦ ଏମ୍‌ଏଚ୍ ବ୍ୟାଟେରୀ ରହିଛି। ୨ଜି ଇଣ୍ଟରନେଟ୍ ବ୍ୟବହାର କରୁଥିବାବେଳେ ଏହାର ବ୍ୟାଟେରୀ ପୂର୍ଣ୍ଣ ଚାର୍ଜରେ ୮ ଘଣ୍ଟା ରହିଥାଏ। ଅନ୍ୟ ପଟେ, ୪ଌି ନେଟୱାର୍କ ସଂଯୋଗ ବ୍ୟବହାର କରିବା ଦ୍ୱାରା ବ୍ୟାଟେରୀ ଚାର୍ଜ ଶିଘ୍ର ଶେଷ ହୋଇପାରେ।

 

Get real time updates directly on you device, subscribe now.