ପରମାଣୁ ଯୁଦ୍ଧର ଏତେ ଅଧିକ ବିପଦ କେବେ ବି ନଥିଲା: କିମ୍ ଜଙ୍ଗ୍ ଉନ୍

ନୂଆଦିଲ୍ଲୀ: ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜଙ୍ଗ୍ ଉନ୍ କହିଛନ୍ତି, ଯେ ପରମାଣୁ ଯୁଦ୍ଧର ଆଶଙ୍କା ଏତେ ଅଧିକ ନଥିଲା । କିମ୍ ଜଙ୍ଗ୍ ଉନ୍ ଉତ୍ତର କୋରିଆ ପ୍ରତି ଆମେରିକାର ଆକ୍ରମଣାତ୍ମକ ଓ ଶତ୍ରୁତାପୂର୍ଣ୍ଣ ନୀତିକୁ ଦାୟୀ କରି କହିଛନ୍ତି ଯେ ଆମେରିକୀୟ ନୀତି କେବେ ବି ବଦଳିପାରିବ ନାହିଁ । ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କେସିଏନ୍ଏ ଅନୁଯାୟୀ, କିମ୍ ଜଙ୍ଗ୍ ଉନ୍ ଗୁରୁବାର ଏକ ସାମରିକ ପ୍ରଦର୍ଶନୀରେ କହିଛନ୍ତି ଯେ କୋରିଆ ଉପଦ୍ୱୀପରେ ଯୁଦ୍ଧରେ ସମ୍ପୃକ୍ତ ପକ୍ଷମାନେ ପୂର୍ବରୁ କେବେ ବି ଏଭଳି ବିପଜ୍ଜନକ ସଂଘର୍ଷର ସମ୍ମୁଖୀନ ହୋଇନଥିଲେ । ଏହା ସବୁଠାରୁ ବିନାଶକାରୀ ଥର୍ମୋନ୍ୟୁକ୍ଲିୟର୍ ଯୁଦ୍ଧରେ ପରିଣତ ହୋଇପାରେ ।

ଆମେରିକା ସହ ଆଲୋଚନାରେ ଉତ୍ତର କୋରିଆ ଯଥାସମ୍ଭବ ଆଗକୁ ବଢ଼ିଛି ବୋଲି ସେ କହିଛନ୍ତି । ଉତ୍ତର କୋରିଆ ଓ ରୁଷ୍ ମଧ୍ୟରେ ଘନିଷ୍ଠତା ବଢ଼ୁଥିବା ବେଳେ କିମ୍ ଜଙ୍ଗ୍ ଉନ୍ ଏଭଳି ମନ୍ତବ୍ୟ ଦେଇଛନ୍ତି । ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ବଦଳରେ ରୁଷିଆ ଚଳିତ ବର୍ଷ ଉତ୍ତର କୋରିଆକୁ ୧୦ ଲକ୍ଷ ବ୍ୟାରେଲରୁ ଅଧିକ ତେଲ ଯୋଗାଣ କରିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମଧ୍ୟ ତାଙ୍କ ବୟାନରେ କହିଛନ୍ତି ଯେ ରୁଷ୍ ୟୁକ୍ରେନର ସୈନ୍ୟ ଏବଂ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରି ଯୁଦ୍ଧକୁ ବଢ଼ାଇବାକୁ ଚେଷ୍ଟା କରୁଛି ।