fbpx

ହୋଲିର ରଙ୍ଗ ନୁହେଁ, ମଦ ନିଶା ଛଡାଇବାର ସହଜ-ସରଳ ଓ ଦେଶୀ ଉପାୟ

ନୂଆଦିଲ୍ଲୀ : ହୋଲି ପାଳନ ବେଳେ ଅନେକ ଲୋକ ଦୁଇଟି ପେଗ୍ ବାହାନାରେ ଅଧିକ ମାତ୍ରାରେ ମଦ୍ୟପାନ କରିଥାନ୍ତି । ପରେ ସେମାନଙ୍କ ନିଶା ଛାଡିବା କଷ୍ଟକର ହୋଇଯାଏ । ପରେ ସେମାନେ କିଛି ଅଘଟଣ କରିବସନ୍ତି । ତେଣୁ ବତାଇବୁ ଆପଣଙ୍କୁ କିଛି ଟିପ୍ସ ଯାହା ଘରୋଇ ଉପାୟରେ ମଦ ନିଶା ଛାଡିହେବ ।

ନଡ଼ିଆ ବା ପଇଡ ପାଣି : ଯଦି ନିଶା ଜୋର ହୋଇଯାଇଛି, ତେବେ ନଡ଼ିଆ ବା ପଇଡ ପାଣି ପିଇପାରିବେ । ନିଶା ଛଡାଇବାରେ ଏହା ବହୁ ମାତ୍ରାରେ ସାହାର୍ଯ୍ୟ କରେ । ନଡ଼ିଆ ଓ ପଇଡ ପାଣିରେ ଇଲେକ୍ଟ୍ରୋଲାଇଟ୍ ଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ ।

ଲେମ୍ବୁ : ମଦ୍ୟପାନରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ମଧ୍ୟ ବହୁତ ପ୍ରଭାବଶାଳୀ ବୋଲି କୁହାଯାଏ । ଯଦି ଆପଣ ଅତ୍ୟଧିକ ମଦ୍ୟପାନ କରିଛନ୍ତି, ତେବେ ଲେମ୍ବୁ ରସ ଖାଇବା ଏଥିରୁ ମୁକ୍ତି ପାଇ ପାରିବେ । ଏଥିପାଇଁ ଏକ ଗ୍ଲାସ ଉଷୁମ ପାଣି ନେଇ ଲେମ୍ବୁ ରସ ମିଶାନ୍ତୁ । ଯଦି ଆପଣ ଚାହାଁନ୍ତି, ରାତିରେ ଶୋଇବା ସମୟରେ ମଧ୍ୟ ଆପଣ ଏକ ଗ୍ଲାସ୍ ନେଇପାରିବେ । ଏହା ଆପଣଙ୍କୁ ହ୍ୟାଙ୍ଗଓଭର ସମସ୍ୟାରୁ ରକ୍ଷା କରିବ ।

ଅଦା ରସ : ଅଦା ରସ ମଧ୍ୟ ମଦ୍ୟପାନରୁ ମୁକ୍ତି ପାଇବାରେ ଅତ୍ୟନ୍ତ ପ୍ରଭାବଶାଳୀ ରିସର୍ଚ୍ଚରୁ ଜଣାପଡିଛି । ଏହା ସହିତ ମଦ୍ୟପାନ ଦ୍ୱାରା ହେଉଥିବା ମୁଣ୍ଡବିନ୍ଧା ଏବଂ ସ୍ନାୟୁକୁ ହ୍ରାସ କରିବାରେ ମଧ୍ୟ ଅଦା ସାହାଯ୍ୟ କରିଥାଏ । ଯଦି ଅଦା ରସ କଡା ଲାଗେ, ତେବେ ଆପଣ ଏଥିରେ ମହୁ ମିଶାଇ ଖାଇପାରିବେ ।

ପୁଦିନ ପାଣି : ନିଶା ଛଡାଇବାରେ ପୁଦିନା ମଧ୍ୟ ସାହାଯ୍ୟ କରିଥାଏ । ଏହା ଶରୀରକୁ ଥଣ୍ଡା ଦେବା ସହ ସହଜରେ ମଦ ନିଶା ଛଡାଇଥାଏ । ତିନି କିମ୍ବା ଚାରି ଟି ପତ୍ର ନେଇ ପାଣିରେ ପକାଇ ଭଲ ଭାବରେ ଫୁଟାନ୍ତୁ । ସେହି ଉଷୁମ ପାଣି ପିଅନ୍ତୁ । ଧୀରେ ଧୀରେ୍ୱଦ ନିଶା ଛାଡିବ ।

କଦଳୀ : ମଦ୍ୟପାନରୁ ମୁକ୍ତି ପାଇବା ପାଇଁ କଦଳୀ ମଧ୍ୟ ବହୁତ ସହାୟକ ହୋଇପାରେ । ବାସ୍ତବରେ, କଦଳୀରେ ବହୁ ପରିମାଣର ପୋଟାସିୟମ୍ ଏବଂ କାର୍ବୋହାଇଡ୍ରେଟ୍ ଥାଏ, ଯେଉଁଥିପାଇଁ ଶରୀରରେ ପ୍ରଚୁର ପରିମାଣରେ ପୁଷ୍ଟିକର ଖାଦ୍ୟ ମିଳିଥାଏ । ଏହା ଥକ୍କା ଏବଂ ମୁଣ୍ଡବିନ୍ଧାରୁ ମଧ୍ୟ ଆରାମ ଦେଇଥାଏ ।

Get real time updates directly on you device, subscribe now.