fbpx

ବଗଲା ବିବାଦରେ ୨୩ ପ୍ରତିପକ୍ଷଙ୍କୁ ନୋଟିସ୍

ପୁରୀ,୧୬ ।୧୧(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇଛି । ଏଯାଏଁ କୌଣସି ନୋଟିସ୍ ପାଇନଥିବା କହିଛନ୍ତି ସରକାର । ୨୩ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ପର୍ଷଦ ସଭ୍ୟ ଆଦି ୨୩ ପ୍ରତିପକ୍ଷଙ୍କୁ ନୋଟିସ୍ ପଠାଯାଇଥିବା ସୂଚନା ମିଳିଛି । ୨୩ ପ୍ରତିପକ୍ଷଙ୍କ ମଧ୍ୟରେ ଜମି କିଣିଥିବା ୬ ବ୍ୟକ୍ତିବିଶେଷ ମଧ୍ୟ ରହିଛନ୍ତି । ଜମି କିଣିଥିବା ଏକ ନିଯୋଗ, ୫ ବ୍ୟକ୍ତିଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କୁ ତୁରନ୍ତ ଜଣାଇବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ହୋଇଛି । ଆସନ୍ତା ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବ ୨ ମାମଲା ବ୍ୟତୀତ ଆଜି ଆଉ ଏକ ମାମଲା ଦାୟର ହୋଇଛି । ନୂଆ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଆବେଦନକାରୀ ।

Get real time updates directly on you device, subscribe now.