fbpx

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ନିଯୁକ୍ତି ପାଇବେ ୧୩୪୨ ଜଣ ପ୍ରିନ୍ସିପାଲ ଓ ଶିକ୍ଷକ, ବିଜ୍ଞପ୍ତି ପ୍ରକାଶ ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ନେଇ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ପୁଣି ଆସିଛି ଏକ ଖୁସି ଖବର । ଶିକ୍ଷା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ତରଫରୁ ୧୩୪୨ ଜଣ ପ୍ରିନ୍ସିପାଲ ଓ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।

୧୩୪୨ ଜଣ ପ୍ରିନ୍ସିପାଲ ଓ ଶିକ୍ଷକଙ୍କ ନିଯୁକ୍ତି ନେଇ ଶର୍ଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା, ବେତନ ହାର ଆଦି ସମ୍ବନ୍ଧରେ ସବିଶେଷ ତଥ୍ୟ ପାଇ ପାରିବେ । ଏପ୍ରିଲ ମାସ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏଥିରେ ଅନଲାଇନ୍ ଜରିଆରେ ଆବେଦନ ଗ୍ରହଣ କରାଯିବ । ମେ ମାସ ୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ୍ ପେମେଣ୍ଟ ଦାଖଲ କରିପାରିବେ । ଏହି ନିଯୁକ୍ତି ସମ୍ବନ୍ଧୀୟ ଅପଡେଟ୍ ପାଇବାକୁ ପ୍ରାର୍ଥୀମାନେ ନିୟମିତ ଅଫିସିଆଲ ୱେବସାଇଟ୍ ଚେକ୍ କରିବାକୁ ପରାମର୍ଶ ଦିଆଯାଇଛି ।

ନୋଟିଫିକେସନ ଲିଙ୍କ: https://oav.edu.in/documents/oav/recruitments/240307120341_Indicative_Advertisement_01-_2024-OAV.pdf

Get real time updates directly on you device, subscribe now.