fbpx

Odisha Civil Services Examination-2022 ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଖାଲି ଅଛି ୬୮୩ଟି ପଦବୀ

ଚାକିରି ଅନ୍ୱେଷଣରେ ରହିଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପରୀକ୍ଷା, ୨୦୨୨ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଗ୍ରୁପ-ଏ ଓ ଗ୍ରୁପ-ବି’ର ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ମୋଟ ୬୮୩ଟି ପଦବୀରେ ଭର୍ତ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି ।

ଆସନ୍ତା ଜାନୁଆରୀ ମାସ ୧୭ ତାରିଖରୁ ଫେବୃଆରୀ ମାସ ୧୬ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଓଡ଼ିଶା ସିଭିଲ୍ ସର୍ଭିସେସ (ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମ, ୧୯୯୧, ସଂଶୋଧିତ ନିୟମ ୨୦୨୨ ଅନୁଯାୟୀ ପରିକ୍ଷା ପରିଚାଳନା କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟ https://www.opsc.gov.in/Public/OPSC/Default.aspxକୁ ଯାଇ ସବିଶେଷ ବିବରଣୀ ପାଇ ପାରିବେ ।

ମୋଟ ୬୮୩ଟି ପଦ ମଧ୍ୟରୁ ୟୁଆର ପାଇଁ ୩୮୭ଟି, ଏସଇବିସି ପାଇଁ ୭୧ଟି, ଅନୁସୂଚିତ ଜାତି ପାଇଁ ୮୯ଟି ଓ ଅନୁସୂଚିତ ଜନଜାତି ପାଇଁ ୧୩୬ଟି ପଦ ସଂରକ୍ଷିତ ରହିଛି । ଏଥିସହିତ ପିଡବ୍ଲ୍ୟୁଡି ପାଇଁ ୨୯ଟି, ଏକ୍ସ-ସର୍ଭିସମ୍ୟାନ ପାଇଁ ୧୪ଟି ଓ କ୍ରୀଡ଼ାବିତଙ୍କ ପାଇଁ ୭ଟି ପୋଷ୍ଟ ସଂରକ୍ଷିତ ରହିଛି । ପ୍ରାର୍ଥୀଙ୍କ ବୟସ ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

Get real time updates directly on you device, subscribe now.