fbpx

ଇତିହାସ ରଚିଲେ ଜୋକୋଭିକ୍: ନାଡାଲଙ୍କୁ ହରାଇ ପହଞ୍ଚିଲେ ଫାଇନାଲରେ

ପ୍ୟାରିସ୍: ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ଫେଞ୍ଚ ଓପନ ଫାଇନାଲରେ ପହଞ୍ଚିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କ୍ଲେ କୋର୍ଟର ବାଦଶାହ ସ୍ପେନର ରାଫେଲ ନାଡାଲଙ୍କୁ ୩-୬, ୬-୩, ୭-୬(୪), ୬-୨ରେ ହରାଇ ଇତିହାସ ରଚିଥିବା ଜଣାପଡ଼ିଛି । ୪ ଘଣ୍ଟା ୧୦ ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକର ହୋଇଥିଲା । ବିଶ୍ୱ ଟେନିସର ଦୁଇ ଟପ୍ ଖେଳାଳିଙ୍କ ଫାଇଟକୁ ଦର୍ଶକମାନେ ବେଶ୍ ଆନନ୍ଦର ସହ ଉପଭୋଗ କରିଥିଲେ । ଏହି ବିଜୟ ସହ ଜୋକୋଭିକ୍ ୬ଷ୍ଠ ଥର ପାଇଁ ଫ୍ରେଞ୍ଚ ଓପନ ଫାଇନାଲରେ ପହଞ୍ଚିଛନ୍ତି । ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ନାଡାଲଙ୍କୁ ଫେଞ୍ଚ ଓପନରେ ଦୁଇଥର ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି । ଜୋକୋଭିକ୍ ଆସନ୍ତା ରବିବାର ଦିନ ଗ୍ରୀକ୍ ତାରକା ଷ୍ଟିଫାନୋସ ସିସିପାସଙ୍କୁ ଫାଇନାଲରେ ଭେଟିବେ । ୨୨ ବର୍ଷୀୟ ସିସିପାସ ଜର୍ମାନୀର ଆଲେକଜାଣ୍ଡାର ଭେରଭଙ୍କୁ ସେମିରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।

Get real time updates directly on you device, subscribe now.