fbpx

ଏଣିକି ଅନଲାଇନ୍ ଜିନିଷ ଅର୍ଡର ପାଇଁ ଆଡ୍ରେସ ଦରକାର ନାହିଁ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହେବ DAC

ନୂଆଦିଲ୍ଲୀ: ଏଣିକି ଆପଣମାନେ ବିନା ଆଡ୍ରେସ ଲେଖି ଅନଲାଇନ୍ ଜିନିଷ ଅର୍ଡର କରିପାରିବେ । ଏଥିସହ ପ୍ରପର୍ଟି ଟ୍ୟାକ୍ସ ଦେବା ପାଇଁ ମଧ୍ୟ ଆପଣଙ୍କର ଘରର ଠିକଣା ଆଉ ଜରୁରୀ ହେବ ନାହିଁ । କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି । ଏହି ନୂଆ ସିଷ୍ଟମ ଲାଗୁ ହେବା ଫଳରେ ଆପଣଙ୍କୁ ଆଧାର ପରି ଏକ ୟୁନିକ୍ କୋଡ୍ ମିଳିବ, ଯାହାକି ଆପଣଙ୍କର ଆଡ୍ରେସ୍ ପରି କାର୍ଯ୍ୟ କରିବା । ଏହି କୋଡର ସହାୟତାରେ ଆପଣଙ୍କର ଅନଲାଇନ ସାମଗ୍ରୀ ଡେଲିଭରି ହୋଇପାରିବ । ସରକାର ଏଥିପାଇଁ ‘ଡିଜିଟାଲ ଆଡ୍ରେସ୍ କୋଡ’ ବା ଡିଏସି ଉପରେ କାର୍ଯ୍ୟ କରୁଛନ୍ତି । ଦେଶର ପ୍ରତ୍ୟେକ ଠିକଣାକୁ ଗୋଟିଏ ଡିଜିଟାଲ କୋଡର ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭାରତ ସରକାରଙ୍କ ଡାକ ବିଭାଗ ଏହି ସିଷ୍ଟମକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚଳାଇଛି । ଏନେଇ ଡାକ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ତେବେ ଏହା ଉପରେ ସମସ୍ତଙ୍କଠାରୁ ମତାମତ ଲୋଡ଼ା ଯାଇଥିବା ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ବର୍ତ୍ତମାନ ସମୟରେ ଆଧାର କାର୍ଡକୁ ଅଧିକାଂଶ କ୍ଷେତ୍ରରେ ଆଡ୍ରେସ୍ ପ୍ରୁଫ୍ ଭାବେ ବ୍ୟବହାର କରାଯାଉଛି । ମାତ୍ର ଆଧାର କାର୍ଡରେ ଯେଉଁ ଠିକଣା ଲେଖା ଥାଏ, ତାହାକୁ ଡିଜିଟାଲି ଭେରିଭାଏ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଡିଏସିରେ ଲେଖାଯାଇଥିବା ଆଡ୍ରେସକୁ ଡିଜିଟାଲ ମାଧ୍ୟମରେ ଭେରିଫାଏ କରାଯାଇପାରିବ । ଡିଏସି ଏକ ୟୁନିକ ନମ୍ବର ହେବା ସହ ଏଥିରେ ଅନଲାଇନ ଡେଲିଭରି ଓ ଅନ୍ୟ ସେବା ପାଇଁ କ୍ୟୁଆର କୋଡକୁ ସ୍କାନ କରାଯିବ । ଏଥିରେ ଡିଜିଟାଲ ମ୍ୟାପର ସୁବିଧା ମିଳିବା ସହ ଆଡ୍ରେସ ବିଷୟରେ ସୂଚନା ମିଳିପାରିବ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.