fbpx

ଏଣିକି ସଡ଼କ ଦୁର୍ଘଟଣା ପାଇଁ ଜିଲ୍ଲାପାଳ ଉତ୍ତରଦାୟୀ ରହିବେ, ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ସଡ଼କ ଦୁର୍ଘଟଣା ପାଇଁ ଏଣିକି ଜିଲ୍ଲାପାଳମାନେ ଉତ୍ତରଦାୟୀ ରହିବେ । ଜିଲ୍ଲାର ସଡ଼କ ଦୁର୍ଘଟଣାଗୁଡ଼ିକର ତଦାରଖ କରିବେ ଜିଲ୍ଲାପାଳ । ଓଡ଼ିଶା ସମେତ ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ୍ ଅଭୟ ମନୋହର ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା ସଂକ୍ରାନ୍ତ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । କୁହାଯାଇଛି ଯେ, ଜିଲ୍ଲାପାଳମାନେ ଦୁର୍ଘଟଣାରେ ଆହତ ହେଉଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ସହ ସେମାନଙ୍କୁ ହସ୍ପିଟାଲରେ ପହଞ୍ଚାଇବାର ଦାୟିତ୍ୱ ନିର୍ବାହ କରିବେ । ଏଥିପାଇଁ ଜିଲ୍ଲାପାଳମାନେ ସଡ଼କ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବେ ଓ ପ୍ରତ୍ୟେକ ମାସରେ ଏକ ରିପୋର୍ଟ ପୋର୍ଟାଲରେ ଅପଲୋଡ୍ କରିବେ ।

ଏହି ରିପୋର୍ଟକୁ କେନ୍ଦ୍ରୀୟ ଅଧିକାରୀମାନେ ସମୀକ୍ଷା କରିବେ । ସମସ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୩୦ ତାରିଖ ସୁଦ୍ଧା ଜିଲ୍ଲା ସଡ଼କ ସୁରକ୍ଷା କମିଟି ଗଠନ ହେବ । ଏହି କମିଟିରେ ଏସପି, ସିଏମଓ, ପୂର୍ତ୍ତ ମୁଖ୍ୟଯନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରାଳୟର କ୍ଷେତ୍ରୀୟ ଅଧିକାରୀ, ଏନଏଚଏଆଇର ପ୍ରୋଜେକ୍ଟ ଡାଇରେକ୍ଟର, ନଗର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଜିଓର ପ୍ରତିନିଧି ରହିବେ ।

Get real time updates directly on you device, subscribe now.