fbpx

PF ନିୟମରେ ପରିବର୍ତ୍ତନ: ଏଣିକି ଗ୍ରାହକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଦୁଇଗୁଣ ଅର୍ଥରାଶି ଉଠାଇ ପାରିବେ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏହି ନିୟମ ଅର୍ଥ ଉଠାଣ ନିୟମ ସହ ଜଡ଼ିତ ରହିଛି । ଏପ୍ରିଲ ୧୬ ତାରିଖରେ ଇପିଏଫଓ ପକ୍ଷରୁ ଏ ବାବଦରେ ସର୍କୁଲାର ଜାରି କରାଯାଇଛି । ଇପିଏଫଓ ପକ୍ଷରୁ ଫର୍ମ ୩୧ର ପାରା ୬୮ଜେ ନୁସାରେ ଅର୍ଥ ଉଠାଣ ସୀମାକୁ ଦୁଇଗୁଣ କରି ଦିଆଯାଇଛି । ପୂର୍ବରୁ ତାହା ୫୦ ହଜାର ଟଙ୍କା ରହିଥିବା ବେଳେ ଏବେ ତାହା ୧ ଲକ୍ଷ ଟଙ୍କା କରି ଦିଆଯାଇଛି ।

ସମୟ ପୂର୍ବରୁ ଅର୍ଥରାଶି ଉଠାଣ ପାଇଁ ଗ୍ରାହକମାନେ ଏହି ଫର୍ମକୁ ବ୍ୟବହାର କରିଥାନ୍ତି । ବିଭିନ୍ନ କାର୍ଯ୍ୟକୁ ଅଲଗା ଅଲଗା ପାରାରେ ରଖାଯାଇଛି । ସେଥିମଧ୍ୟରେ ବିବାହ, ଘର ତିଆରି କରିବା, ଘର କିଣିବା ଓ ଚିକିତ୍ସା ପାଇଁ ଅର୍ଥ ଉଠାଣ ଆଦି ସାମିଲ ରହିଛି । ଫର୍ମ ୩୧ର ପାରା ୬୮ଜେ ମାଧ୍ୟମରେ ଗ୍ରାହକମାନେ ବୀମାରୀର ଚିକିତ୍ସା ପାଇଁ ଆଂଶିକ ରାଶି ଉଠାଣ ପାରିବେ । ପୂର୍ବରୁ ସେହି ଫର୍ମ ଅନୁସାରେ ଗ୍ରାହକମାନେ ୫୦ ହଜାର ଉଠାଇବା ନେଇ ନିୟମ ରହିଥିବା ବେଳେ ଏବେ ତାହା ୧ ଲକ୍ଷକୁ ବୃଦ୍ଧି କରାଯାଇଛି ।

ଇପିଏଫଓ ଉପଭୋକ୍ତାମାନେ ନିଜର ନିଜ ପରିବାରର କୌଣସି ସଦସ୍ୟଙ୍କ ଚିକିତ୍ସା ପାଇଁ ପିଏଫ ଖାତାରୁ ସମୟ ପୂର୍ବରୁ ୧ ଲକ୍ଷ ଟଙ୍କା ଉଠାଇ ପାରିବେ । ଏପ୍ରିଲ ୧୬ରେ ଇପିଏଫଓ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି । ଏହାର ଫାଇଦା ନେବାକୁ ହେଲେ ଫର୍ମ ୩୧କୁ ପୂରଣ କରି ଜମା କରିବାକୁ ହୋଇଥାଏ । ମାତ୍ର ଏହି ଫର୍ମ ସହିତ ସାର୍ଟିଫିକେଟ ସି ମଧ୍ୟ ଜମା କରିବାକୁ ପଡ଼ିବ । ଏଥିସହିତ ସେଥିରେ କର୍ମଚାରୀ ଓ ଡାକ୍ତର ଉଭୟଙ୍କର ହସ୍ତାକ୍ଷର ରହିଥିବା ଜରୁରୀ ।

Get real time updates directly on you device, subscribe now.