fbpx

ଘରର ଏହି ଦିଗରେ ରଖନ୍ତୁ କୁବେରଙ୍କ ପ୍ରତିମା, କେବେ ବି ଧନ ସମ୍ପତ୍ତିର ଅଭାବ ରହିିବନି

ଓଡ଼ିଶା ଭାସ୍କର:ହିନ୍ଦୁ ଧର୍ମରେ କୁବେରଙ୍କୁ ଧନର ଦେବତା ବୋଲି ମନେ କରାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କୁବେର ଭଗବାନଙ୍କୁ ସ୍ଥାପନା କରିବା ବହୁତ ଶୁଭ ହୋଇଥାଏ । ମାନ୍ୟତା ରହିଛି ଯେଉଁ ଘରେ ଭଗବାନ କୁବେରଙ୍କ ପ୍ରତିମା ଲାଗିଥାଏ ସେଠାରେ କେବେ ବି ଧନର ଅଭାବ ରହେ ନାହିଁ । କିନ୍ତୁ କୁବେରଙ୍କ ପ୍ରତିମା ସ୍ଥାପନ କରିବା ପୂୂର୍ବରୁ ପ୍ରଥମେ ସଠିକ୍ ଦିଗ ଜାଣିନେବା ଜରୁରୀ । କାରଣ ଭୁଲ୍ ଦିଗରେ କୁବେରଙ୍କ ମୂର୍ତ୍ତି ସ୍ଥାପନ କରିବା ଦ୍ୱାରା ଆପଣ ଅସୁବିଧାରେ ପଡିପାରନ୍ତି ।

ବାସ୍ତୁ ଶାସ୍ତ୍ର ଅନୁସାରେ କୁବେର ଭଗବାନଙ୍କ ମୁହଁ ସର୍ବଦା ଉତ୍ତର ଦିଗ ଆଡକୁ ହେବା ଉଚିତ । ଏହି ଦିଗକୁ କୁବେରଙ୍କ ମୁହଁ ରହିବା ଦ୍ୱାରା କେବଳ ସୁଖ ଶାନ୍ତି ଆସି ନ ଥାଏ ବରଂ ଧନ ସମ୍ପଦ ବି ବୃଦ୍ଧି ଘଟିଥାଏ ।
ବାସ୍ତୁ ଅନୁସାରେ କୁବେର ଭଗବାନଙ୍କ ମୁହଁ କେବେ ବି ଦକ୍ଷିଣ ଆଡକୁ ରହିବା ଅନୁଚିତ । ଏହି ଦିଗକୁ ମୁହଁ ରଖି ପ୍ରତିମା ସ୍ଥାପନ କଲେ ଆପଣଙ୍କୁ ଅଶୁଭ ଫଳ ମିଳିପାରେ ।

Get real time updates directly on you device, subscribe now.