ଆଧାରକାର୍ଡ ନାମରେ ବୃଦ୍ଧାଙ୍କଠାରୁ ଲୁଟିନେଲେ ୨୦ କୋଟି, ରୁହନ୍ତ ସତର୍କ

ଆଧାରକାର୍ଡ ନାମରେ ଜଣେ ବୃଦ୍ଧାଙ୍କଠାରୁ ଲୁଟିନେଲେ ୨୦ କୋଟି ଟଙ୍କା

ନୂଆଦିଲ୍ଲୀ: ଆଧାରକାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ । ବର୍ତ୍ତମାନ ଏହାକୁ ନେଇ ସାଇବର ଠକେଇ ହେବାର ମାମଲା ସାମ୍ନାକୁ ଆସିଛି । ଜଣେ ବୃଦ୍ଧ ମହିଳାଙ୍କଠାରୁ ୨୦ କୋଟି ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ । ମୁମ୍ବାଇର ଜଣେ ୮୬ ବର୍ଷୀୟ ବୃଦ୍ଧାଙ୍କଠାରୁ ୨୦.୨୫ କୋଟି ଟଙ୍କାର ଚୁନା ଲଗାଯାଇଛି ।

ରିପୋର୍ଟ ମୁତାବକ, ଏହି ଦୁର୍ବୃତ୍ତମାନେ ପୋଲିସ ଅଫିସର ସାଜି ବୃଦ୍ଧାଙ୍କୁ କଲ୍ କରିଥିଲେ । ଏହି ସମୟରେ ମହିଳାଙ୍କୁ କୁହାଯାଇଥିଲା ଯେ, ତାଙ୍କ ଆଧାରକାର୍ଡକୁ ବେଆଇନ ଭାବେ ବ୍ୟବହାର କରାଯାଇଛି । ତାଙ୍କର ଆଧାରକାର୍ଡ ନମ୍ବରରେ ଏକ ନୂଆ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଛି ।

ଏହି ଆକାଉଣ୍ଟରେ କଳାଧନକୁ କାରବାର କାରଯାଉଛି ବୋଲି ଦୁର୍ବୃତ୍ତ କହିଥିଲେ । ଏହାପରେ ବୃଦ୍ଧାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି ବୋଲି କୁହାଯାଇଥିଲା ।

ଏହି ମାମଲାକୁ ହଟାଇବା ପାଇଁ ବୃଦ୍ଧାଙ୍କୁ ନିଜର ଭିନ୍ନ ଭିନ୍ନ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରାଯିବାକୁ କୁହାଯାଇଥିଲା । ଏହାପରେ ମହିଳା ସେହି ଅନୁସାରେ ଟଙ୍କା ଟ୍ରାନ୍ସଫର କରିଥିଲେ ।

ଏହାପରେ ବୃଦ୍ଧାଙ୍କୁ ଲାଗିଲା ଯେ, ଏହା ତାଙ୍କ ସହ ଠକେଇ ହୋଇଛି । ଏଥିପାଇଁ ସେ ପୋଲିସ ଷ୍ଟେସନ ଯାଇ, ନିଜ ବାବଦରେ ବୁଝିବା ସହ ଠକେଇ ବିଷୟରେ ମାମଲା ରୁଜ୍ଜୁ କରିଛନ୍ତି ।

ଖବର ମୁତାବକ, ପୋଲିସ ଏହି ଅଭିଯୁକ୍ତଙ୍କୁ ଖୋଜି ହେପାଜତରେ ନେଇଛି । ଏଥିସହ ପୋଲିସ ମନି ଟ୍ରାନ୍ସଫରକୁ ଟ୍ରାକ କରିଛି । ମାମଲାର ତଦନ୍ତ ଚାଲିଛି ।