fbpx

ପିଏମ କିଷାନ ଯୋଜନାରେ ଏବେ ବାର୍ଷିକ କିସ୍ତି ସହ ମାସକୁ ମିଳିବ ୩୦୦୦ ଟଙ୍କା: ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ୨୦୦୦ ଟଙ୍କାର ୩ଟି କିସ୍ତି ଅର୍ଥାତ୍ ୬୦୦୦ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଉଛି । ଏହା ସହ ଚାଷୀଙ୍କୁ ମାନଧନ ଯୋଜନାର ଲାଭ ବି ମିଳୁଛି । ଏହା ଅଧିନରେ ଆପଣଙ୍କୁ ମାସିକ ୩୦୦୦ ଟଙ୍କାର ପେନସନ ବି ମିଳିବ । ଅର୍ଥାତ୍ ଆପଣ ପିଏମ କିଷାନର ୬୦୦୦ ଟଙ୍କା ସହ ୩୬,୦୦୦ ଟଙ୍କା ପେନସନ୍ ବି ପାଇପାରିବେ । ଯଦି ଆପଣ ପିଏମ କିଷାନର ଜଣେ ହିତାଧିକାରୀ, ତେବେ ଆପଣଙ୍କୁ କୌଣସି ପ୍ରମାଣପତ୍ର ଦେବାର ଆବଶ୍ୟକତା ନାହିଁ । ଆପଣଙ୍କର ପିଏମ କିଷାନ ମାନଧନ ଯୋଜନାରେ ସିଧସଳଖ ରେଜିଷ୍ଟ୍ରର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଯୋଜନାର ଫାଇଦା ବିଷୟରେ…

ପିଏମ କିଷାନ ମାନଧନ ଯୋଜନା କ’ଣ?
ପିଏମ କିଷାନ ମାନଧନ ଯୋଜନାର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୬୦ ବର୍ଷ ବୟସ ପରେ ଏହି ଯୋଜନା ଅଧୀନରେ ପେନସନ ବ୍ୟବସ୍ଥା ଅଛି । ୧୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ଯେକୌଣସି ଚାଷୀ ଏହି ଯୋଜନାରେ ନିବେଶ କରିପାରିବେ । ଏହା ଅଧୀନରେ ଚାଷୀଙ୍କୁ ମାସିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ମିଳିଥାଏ ।

ଏହି ଯୋଜନା ଅଧୀନରେ ପଞ୍ଜୀକୃତ ଚାଷୀଙ୍କୁ ବୟସ ହିସାବରେ ମାସିକ ନିବେଶ ଉପରେ ୬୦ ବର୍ଷ ପରେ ସର୍ବନିମ୍ନ ମାସିକ ଗ୍ୟାରେଣ୍ଟି ପେନସନ୍ ୩୦୦୦ ଟଙ୍କା କିମ୍ବା ବାର୍ଷିକ ୩୬,୦୦୦ ଟଙ୍କା ମିଳିବ । ଏଥିପାଇଁ ମାସିକ ୫୫ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯାଇପାରିବ । ପ୍ରଧାନମନ୍ତ୍ରୀ କିସାନ ମାନଧନରେ ପାରିବାରିକ ପେନସନର ବ୍ୟବସ୍ଥା ମଧ୍ୟ ରହିଛି । ଆକାଉଣ୍ଟଧାରୀଙ୍କ ମୃତ୍ୟୁପରେ ତାଙ୍କ ଜୀବନସାଥୀଙ୍କୁ ୫୦ ପ୍ରତିଶତ ପେନସନ୍ ମିଳିବ । ଫ୍ୟାମିଲି ପେନସନରେ କେବଳ ପତି-ପତ୍ନୀ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ, ଯୋଗ୍ୟ କୃଷକମାନଙ୍କୁ ୨୦୦୦ ଟଙ୍କା ର ୩ କିସ୍ତିରେ ସରକାର ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତି । ଏହି ପରିମାଣ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଛାଡି ଦିଆଯାଏ । ଯଦି ଏହାର ଆକାଉଣ୍ଟଧାରୀମାନେ ପେନସନ୍ ଯୋଜନା ପିଏମ କିଷାନ ମାନଧନରେ ଅଂଶଗ୍ରହଣ କରନ୍ତି, ତେବେ ସେମାନଙ୍କ ପଞ୍ଜୀକରଣ ସହଜରେ ହୋଇଯିବ । ପିଏମ କିଷାନ ମାନଧନ ପେନସନ ଯୋଜନାରେ ଆପଣଙ୍କୁ ସର୍ବନିମ୍ନ ୫୫ ଟଙ୍କା ଏବଂ ପ୍ରତି ମାସରେ ସର୍ବାଧିକ ୨୦୦ ଟଙ୍କା ନିବେଶ କରିବାକୁ ପଡିବ । ଏହି ପରିପ୍ରେକ୍ଷୀରେ ଗୋଟିଏ ବର୍ଷ ମଧ୍ୟରେ ଆପଣଙ୍କୁ ସର୍ବାଧିକ ୨୪୦୦ ଟଙ୍କା ଏବଂ ସର୍ବନିମ୍ନ ୬୬୦ ଟଙ୍କା ଦେବାକୁ ପଡିବ ।

Get real time updates directly on you device, subscribe now.