fbpx

କୃଷକଙ୍କ ପାଇଁ ଖୁସି ଖବର: ଏଣିକି ସୋୟାବିନ ବୀଜର ଅଭାବ ରହିବ ନାହିଁ

Advertisement

ନୂଆଦିଲ୍ଲୀ: ସୋୟାବିନ ଚାଷ କରୁଥିବା କୃଷକଙ୍କ ପାଇଁ ଏକ ଖୁସି ଖବର । ଏଣିକି ସୋୟାବିନ ମଞ୍ଜିର ଆଉ ଅଭାବ ରହିବ ନାହିଁ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଖରା ସିଜିନରେ ସୋୟାବିନର ଛବି ବଦଳିବାକୁ ଯାଉଛି । କୃଷି ବିଭାଗ ଓ ବୀଜ କେନ୍ଦ୍ରର ମିଳିତ ପ୍ରୟାସରେ ଏହି ସମସ୍ୟାର ସମାଧାନ ହୋଇପାରିଛି । ବର୍ତ୍ତମାନ ସୋୟାବିନ ଚାଷୀମାନେ ବୀଜ ମାମଲାରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଫଳରେ ଚାଷୀମାନେ ବୀଜ ପାଇଁ ଆଉ ଏଣେତେଣେ ବୁଲିବେ ନାହିଁ । ଏହାଛଡ଼ା କିଷାନମାନେ ନକଲି ବୀଜ ବିକ୍ରିରୁ ରକ୍ଷା ପାଇପାରିବେ ।
ଖରିଫ ସିଜିରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଫସଲ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା । ବିଶେଷ କରି ସୋୟାବିନ ଚାଷ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିଲା । ତେଣୁ କୃଷକମାନେ ଖରିଫ ସିଜିନରେ ହୋଇଥିବା କ୍ଷତିକୁ ରବି ସିଜିନରେ ଭରଣା କରିବାକୁ ଅପେକ୍ଷା କରି ରହିଥିଲେ । ପୂର୍ବରୁ ଅନୁକୂଳ ଜଳବାୟୁ ଓ ପ୍ରଚୁର ମାତ୍ରାରେ ପାଣି ଉପଲବ୍ଧ ରହିଥିଲେ ହେଁ ଖରିଫ ମୌସମରେ ସୋୟାବିନ ଭଲ ଭାବେ ଅଙ୍କୁରିତ ହୋଇପାରିନଥିଲା । ମାତ୍ର ଚଳିତ ଗରମ ସିରିଜରେ ମହାରାଷ୍ଟ୍ରର ମରାଠାୱାଡାର ଲାତୁର ଜିଲ୍ଲାର ଉସ୍ମାନାବାଦରେ ସୋୟାବିନର ପ୍ରଥମ ଅମଳ ହୋଇପାରିଛି । ପ୍ରତି ଏକର ପିଛା ୪ରୁ ୫ କ୍ୱିଣ୍ଟାଲ ସୋୟାବିନ ଉତ୍ପାଦନ କରାଯାଇଛି ।

ଗ୍ରୀଷ୍ମକାଳୀନ ସୋୟାବିନ ଫସଲରେ ବର୍ତ୍ତମାନ ଫଳ ଫୁଲ ଧରୁଛି । କମ୍ କ୍ଷେତ୍ରଫଳ ଓ ଜଳର ଉପଲବ୍ଧତା ହେତୁ ଚଳିତ ବର୍ଷ ଚାଷୀମାନେ ସ୍ପ୍ରିଙ୍କଲର ଓ ଡ୍ରିପର ବ୍ୟବହାର କରୁଛନ୍ତି । ଏହାଦ୍ୱାରା ଅଧିକ ଉତ୍ପାଦନ ନହେଲେ ମଧ୍ୟ ଖରିଫ ସିଜିନରେ ସୋୟାବିନ ବିଜ ସମସ୍ୟା ଦୂର ହୋଇସାରିଛି ।

Get real time updates directly on you device, subscribe now.