fbpx

ରାଜଧାନୀରେ ମିଳିଲା ଅନୁମତି, ଏଣିକି ରାତି ୩ଟା ପର୍ଯ୍ୟନ୍ତ ମଦ ବିକ୍ରୀ ପାଇଁ ଅବକାରୀ ବିଭାଗର ଅନୁମତି

ନୁଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ହୋଟେଲ ରେଷ୍ଟାୁରାଣ୍ଟ ଏବଂ ପବ୍ ମାନଙ୍କରେ ମଦ ଭୋର ୩ଟା ପର୍ଯ୍ୟନ୍ତ ବିକ୍ରି ହୋଇପାରିବ । ରିପୋର୍ଟ ମୁତାବକ ଏଥି ପାଇଁ ଦିଲ୍ଲୀ ସରକାରଙ୍କଠୁ ଅନୁମତି ନେବାକୁ ପଡ଼ିବ । ରାଜଧାନୀରେ ରାତ୍ରୀକାଳୀନ ଜୀବନକୁ ମଜାଦାର କରିବା ଲାଗି ଅବକାରୀ ନୀତିରେ ରେଷ୍ଟାରାଣ୍ଟକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି ।

ଏହି ବିଷୟରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏକ୍ସାଇଜ୍ ବିଭାଗକୁ ସରକାର ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏକ୍ସାଇଜ୍ ପଲିସି ୨୦୨୧-୨୨ ଅନୁଯାୟୀ ଶୀଘ୍ର ନିର୍ଦ୍ଦେଶ ଜାରି ହେବାର ସମ୍ଭାବନା ରହିଛି। ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ରେଷ୍ଟୁରାଣ୍ଟରେ ଥିବା ବାର୍ ରାତି ବିଳମ୍ବିତ ରାତି ୧ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଏଥି ପାଇଁ ଏକ୍ସାଇଜ୍ ବିଭାଗ ପୋଲିସ ସମେତ ଅନ୍ୟାନ୍ୟ ଏଜେନ୍ସି ସହିତ କାମ କରିବ ।

ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଏଆଇ) ର ପ୍ରତିନିଧୀମାନେ ଶୁକ୍ରବାର ଦିନ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଭେଟି ନୂତନ ଏକ୍ସାଇଜ୍ ପଲିସି ଅନୁଯାୟୀ ସକାଳ ୩ ଟା ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ଚଳାଇବା ବ୍ୟବସ୍ଥା କାର୍ୟ୍ୟକାରୀ କରିବାକୁ ଦାବି କରିଥିଲେ। ଏନଆରଏଆଇ ସଭାପତି କବୀର ସୌରୀ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

 

 

 

 

 

Get real time updates directly on you device, subscribe now.