fbpx

ଏବେ ଆଗୁଆ ମିଳିବ ବନ୍ୟା ସୂଚନା, ଲାଗିବ ରାଡାର

ଭୁବନେଶ୍ୱର: ଏବେ ବନ୍ୟା ପାଇଁ ଆଗୁଆ ସୂଚନା ମିଳି ପାରିବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି । ବନ୍ୟା ଆସିବାର ଆଗୁଆ ସୂଚନା ପାଇଁ ଅତ୍ୟାଧୁନିକ ସୂଚନା ପ୍ରଦାନକାରୀ ରାଡାର ଲାଗିବ । ଏହି ରାଡାର କଟକ ଓ ଭୁବନେଶ୍ୱରରେ ଲାଗିବ ବୋଲି କୁହାଯାଇଛି । ସୂଚନା ଅନୁଯାୟୀ, ୨୦୧୫ ସୁଦ୍ଧା କଟକ ଓ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେବ । ୨୦୨୪ ଶେଷସୁଦ୍ଧା ବାଲେଶ୍ୱର ଓ ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମିଳିଛି ।

ଆଇଏମଡି ଡିଜି କହିଛନ୍ତି ଯେ, ବାଲେଶ୍ୱରରେ ଡଫ୍ଲର ରାଡାର କାମ ଅଧା ହୋଇଛି, ସେହିପରି ସମ୍ବଲପରରେ ମଧ୍ୟ ଏଥିପାଇଁ ଉପକରଣ ପହଞ୍ଚିସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ସେହିପରି ଭୁବନେଶ୍ୱରରେ ଆଉ ଏକ ରାଡାର ପ୍ରତିଷ୍ଠା ହେବା ନେଇ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ଓଡ଼ିଶା ସର୍ବାଧିକ ବନ୍ୟା ପରିସ୍ଥିତି ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଛି । ବାତ୍ୟା ଓ ବନ୍ୟାର ଆଗୁଆ ସୂଚନା ନେଇ ଆମେ ଅଧିକ ବ୍ୟବସ୍ଥା ରାଜ୍ୟରେ କରିବାକୁ ଯାଉଛୁ ।’

Get real time updates directly on you device, subscribe now.