fbpx

ଏଣିକି ଭୋଟର ଆଇଡିକୁ ଆଧାର ସହିତ ଲିଙ୍କ୍ କରିବାକୁ ପଡିବ, ସରକାର ଜାରି କଲେ ବିଜ୍ଞପ୍ତି

ନୁଆଦିଲ୍ଲୀ: ଭୋଟର ଆଇଡି ସହିତ ଆଧାର କାର୍ଡକୁ ଲିଙ୍କ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ଏନେଇ ସରକାର ସୂଚନା ଦେଇଛନ୍ତି। ଏହା ମାଧ୍ୟମରେ ଭୋଟର ଲିଷ୍ଟକୁ ସ୍ୱଚ୍ଛ କରିବାକୁ ଏବଂ ଯୁବ ମତଦାତାଙ୍କୁ ଗୋଟିଏ ବର୍ଷରେ ଚାରିଥର ନାମ ପଞ୍ଜିକରଣ କରିବାକୁ ସୁଯୋଗ ମିଳିବ। ପୁର୍ବରୁ ପାନ୍ କାର୍ଡ ସହିତ ଆଧାର ସଂଯୋଗ ବାଧ୍ୟତାମୂଳକ ଥିବା ବେଳେ ଏବେ ଭୋଟର ଆଇଡି ସହ ଆଧାର ସଂଯୋଗ କରିବାକୁ ପଡ଼ିବ।

ଏଥିସହ, ନିର୍ବାଚନ ସମ୍ବନ୍ଧୀୟ ସାମଗ୍ରୀ ସଂରକ୍ଷଣ ତଥା ସୁରକ୍ଷା ବାହିନୀ ଏବଂ ନିର୍ବାଚନ କର୍ମଚାରୀଙ୍କ ପାଇଁ ଆୟୋଗ ବର୍ତ୍ତମାନ ଯେକୌଣସି ସ୍ଥାନ ଦାବି କରିପାରିବ। ସଂସଦରେ ପାରିତ ହୋଇଥିବା ନିର୍ବାଚନ ସଂଶୋଧନ ଅଧିନିୟମ ୨୦୨୧ ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରାଯାଇଛି।

ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟରରେ ଲେଖିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ସହ ପରାମର୍ଶ ପରେ ଚାରିଟି ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଏକ ଚାର୍ଟ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଏହା ସମାନ ବ୍ୟକ୍ତିଙ୍କୁ ଏକରୁ ଅଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଲେଖାଇବାରେ ରୋକିବ। ରିଜିଜୁ କହିଛନ୍ତି ଯେ ବର୍ତ୍ତମାନ ଜଣେ ଯୁବକ ଯିଏ ୧ ଜାନୁଆରୀ କିମ୍ବା ୧ ଏପ୍ରିଲ କିମ୍ବା ୧ ଜୁଲାଇ କିମ୍ବା ୧ ଅକ୍ଟୋବରରେ ୧୮ ବର୍ଷ ପୂରଣ କରିବ ତୁରନ୍ତ ଭୋଟର ତାଲିକାରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବ।

Get real time updates directly on you device, subscribe now.