fbpx

ଏବେ ଆରଟିଆଇ ମାଧ୍ୟମରେ ସ୍ୱାମୀଙ୍କ ଦରମା ଜାଣିପାରିବେ ପତ୍ନୀ

ନୂଆଦିଲ୍ଲୀ,୨୦ ।୧୧: ମହିଳାଙ୍କ ସପକ୍ଷରେ କେନ୍ଦ୍ରୀୟ ସୂଚନା ଆୟୋଗ ଏକ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ମହିଳାଙ୍କୁ ନିଜ ସ୍ୱାମୀଙ୍କ ଦରମା ଜାଣିବାର ଅଧିକାର ମିଳିଛି । ଏଥିପାଇଁ ମହିଳାଙ୍କୁ ଏକ ଆରଟିଆଇ ଦାଖଲ କରିବାକୁ ପଡିବ ଓ ସଂପୃକ୍ତ ବିଭାଗକୁ ୧୫ ଦିନ ମଧ୍ୟରେ ବେତନ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡିବ ।

ମିଳିଥିବା ସୂଚନା ମୁତାବକ, ଏହି ନିଷ୍ପତ୍ତିକୁ ନେଇ କେନ୍ଦ୍ରୀୟ ସୂଚନା ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଏଣିକି ମହିଳାମାନେ ନିଜ ସ୍ୱାମୀଙ୍କ ଦରମା ଓ ରୋଜଗାରର ଅନ୍ୟ ଉତ୍ସଗୁଡିକୁ ଜାଣିପାରିବେ । ଏଥିପାଇଁ ମହିଳାମାନଙ୍କୁ ସୂଚନା ଅଧିକାର ଅର୍ଥାତ୍ ଆରଟିଆଇ ବ୍ୟବହାର କରିବାକୁ ପଡିବ ।

Get real time updates directly on you device, subscribe now.