fbpx

ବଢ଼ିଲା ଅବଧି: ଏହି ଦିନ ପର୍ଯ୍ୟନ୍ତ ଆବେଦନ କରିପାରିବେ ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ୍, ଜାଣନ୍ତୁ ପ୍ରୋସେସ୍

ଯେଉଁ ଛାତ୍ରୀମାନେ ସିବିଏସଇର ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଳଶରସିପ୍ ପାଇଁ ଆବେଦନ କରିନାହାଁନ୍ତି, ସେମାନଙ୍କ ପାଇଁ ବଡ଼ ଖବର । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ ୨୦୨୩-୨୪ ବର୍ଷ ପାଇଁ ସାରା ଦେଶରେ ୧୧ କିମ୍ବା ୧୨ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନଙ୍କ ସ୍କଲାରସିପ୍ ଆବେଦନ ତାରିଖକୁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଥିଲା ୧୮ ଅକ୍ଟୋବର ୨୦୨୩ । ୨୦ ଅକ୍ଟୋବର ୨୦୨୩ ଶୁକ୍ରବାର ଦିନ ଜାରି କରାଯାଇଥିବା ସର୍ବସାଧାରଣ ବିଜ୍ଞପ୍ତିରେ ବୋର୍ଡ ଘୋଷଣା କରିଛି ଯେ, ବର୍ତ୍ତମାନ ଛାତ୍ରୀମାନେ ଏହି ସ୍କଲାରସିପ୍ ପାଇଁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଏହି ସ୍କଲାରସିପ୍ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଏବଂ ଏହାର ଶେଷ ତାରିଖ ୧୮ ଅକ୍ଟୋବର ୨୦୨୩ ଥିଲା । ସିବିଏସ୍ଇ ଦ୍ୱାରା ଆରମ୍ଭ ହୋଇଥିବା ସିଙ୍ଗଲ୍ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ଅନୁଯାୟୀ, ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପ୍ରତି ମାସରେ ୫୦୦ ଟଙ୍କା ପ୍ରଦାନ କରାଯିବ । ଅଧିକ ସୂଚନା ପାଇଁ ଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ cbse.gov.inକୁ ଯାଇ ବିଜ୍ଞପ୍ତି ଯାଞ୍ଚ କରିପାରିବେ ।

 

କିପରି ଆବେଦନ କରିପାରିବେ?

-ସିଙ୍ଗଲ ଗାର୍ଲ ଚାଇଲ୍ଡ ପାଇଁ ଆବେଦନ କରିବାକୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ cbse.gov.inକୁ ଯାଆନ୍ତୁ ।

-ତା’ପରେ ହୋମପେଜରେ ଥିବା “Latest@CBSE” ସେକ୍ସନକୁ ଯାଆନ୍ତୁ ।

-ଏହା ପରେ ଆକ୍ଟିଭ୍ ଲିଙ୍କରୁ ସିଧାସଳଖ ଆପ୍ଲିାକସନ୍ ପୋର୍ଟାଲ cbseit.inକୁ ଯାଆନ୍ତୁ ।

– ଆପଣ ଏହି ପେଜକୁ ଯାଇ ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.