fbpx

(video) ଏବେ ଜେଲରେ ମିଳିବ ସୁଆଦିଆ ଖାଦ୍ୟ , କିନ୍ତୁ ଯିବାକୁ ପଡିବ ଏହି ଜେଲ୍‌କୁ

ନୂଆଦିଲ୍ଲୀ : ‘ଜେଲ୍ କି ରୋଟି’ । ଏହି ଲାଇନ୍ ଟି ଆପଣ ଅନେକ ଚଳଚ୍ଚିତ୍ରରେ ଶୁଣିଥିବେ ନିଶ୍ଚୟ । ହିନ୍ଦି ଚଳଚ୍ଚିତ୍ରର ଏହା ହେଉଛି ସବୁଠାରୁ କମନ୍ ବାଳ ଅତି ସାଧାରଣ ଡାଇଲଗ୍ । କିନ୍ତୁ ‘ଜେଲ୍ କି ରୋଟି’ ଏବେ ଏତେ ସ୍ୱାଦିଷ୍ଟ ହୋଇଛି ତାହା ଆଖିରେ ନ ଦେଖିଲେ ବୋଧ ହୁଏ ଆପଣ ବିଶ୍ୱାସ କରିବେନି । ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ବର୍ତ୍ତମାନ ଜେଲ୍ ରୁଟି ଖାଇବା ପାଇଁ କିଛି ଲୋକ ଅଧିକ ମୂଲ୍ୟ ଦେଉଛନ୍ତି।

ଜଣେ ବ୍ୟବସାୟୀ ଏପରି ଏକ ଟ୍ୱିଟ୍ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଲୋକମାନେ ଜେଲ କୋଠରୀରେ ଥିବା ଟେବୁଲ ଓ ଚେୟାରରେ ପସିଛନ୍ତି । ଜେଲରେ ବ୍ୟବହୃତ ହେଉଥିବା ରସ ବାସନରେ ସୁସ୍ୱାଦୁ ଖାଦ୍ୟ ପରଷା ଯାଉଛି ଏବଂ ଏହାକୁ ପରଷୁଛନ୍ତି ଜେଲର କଏଦୀମାନେ । କେବଳ ସେତିକି ନୁହେଁ, ଜେଲର ମଧ୍ୟ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ଭିଡିଓଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ସତ । ବାସ୍ତବରେ ଏହା କୌରଇସି ଜେଲ ନୁହେଁ, ବାଙ୍ଗାଲୋରରେ ଅବସ୍ଥିତ ଏକ ଜେଲ୍ ରେଷ୍ଟୁରାଣ୍ଟ । ଯଦି ଆପଣ ଜେଲର ଅନୁଭବ ନେବାକୁ ଚାହାଁନ୍ତି, ତେବେ ଥରୁଟିଏ ଏହି ଜେଲ୍ ରେଷ୍ଟୁରାଣ୍ଟ ରେ ବସନ୍ତୁ । ଜେଲର ବସି ଖାଇଲେ କିଭଳି ଲାଗେ ତାହାର ପୁରା ଅନୁଭବ ନେଇପାରିବେ ।

ଏହା ଜେଲ୍ ରେଷ୍ଟୁରାଣ୍ଟ କିମ୍ବା ଲକ୍ଅପ୍ ରେଷ୍ଟୁରାଣ୍ଟ ନାମରେ ଜଣାଶୁଣା । ଏହି ଭିଡିଓ ଦେଖିବା ପରେ ଉପଭୋକ୍ତାମାନେ ମଧ୍ୟ ମଜାଳିଆ ପ୍ରଶ୍ନ ପଚାରୁଛନ୍ତି । ଜଣେ ଉପଭୋକ୍ତା ଆଶ୍ଚର‌୍ୟ୍ୟ ହୋଇ ପଚାରିଛନ୍ତି, ‘ଏହା ସତରେ କି?’ ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ, ଏହଚୁ ନେଇ ଯଦି ଅଭିଯୋଗ ହୁଏ, ତେବେ ଦଣ୍ଡ ବିଧାନ ହୋଇପାରେ । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଜେଲ୍ ୟୁନିଫର୍ମ ମଧ୍ୟ ଏଠାରେ ଉପଲବ୍ଧ ହେବା ଉଚିତ୍ । ଏହି ଖବର ଲେଖିବା ପର‌୍ୟ୍ୟନ୍ତ, ଏହି ଟୁଇଟରରେ ୬୬ ହଜାରରୁ ଅଧିକ ଭ୍ୟୁ ମିଳିଥିଲା

Get real time updates directly on you device, subscribe now.