fbpx

NEET UG 2024 ରେଜଲ୍ଟ ଘୋଷଣା କଲା NTA: ସେଣ୍ଟର-ସିଟି ଅନୁଯାୟୀ ଫଳାଫଳ ଚେକ୍ କରିପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ମେଡିକାଲ ଛାତ୍ରଛାତ୍ରୀଙ୍କ ସେଣ୍ଟର ଓ ସିଟି ଅନୁଯାୟୀ ରେଜଲ୍ଟ ଘୋଷଣା କରିଛନ୍ତି । ଏନେଇ ଅନଲାଇନରେ ରେଜଲ୍ଟ ଅପଲୋଡ୍ କରାଯାଇଛି । ରେଜଲ୍ଟ ଅପଲୋଡ୍ କରିବା ପାଇଁ ଶନିବାର ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ଡେଡଲାଇନ୍ ଦିଆଯାଇଥିଲା । ମେ ୫ରେ ନିଟ୍ ୟୁଜି ପରୀକ୍ଷା ଆୟୋଜିତ ହୋଇଥିବା ବେଳେ ଏହାକୁ ନେଇ ଅନେକ ବିବାଦ ସୃଷ୍ଟି ହେବା ପରେ ମାମଲା ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ପହଞ୍ଚିଥିଲା ।

ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦୀବାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ବେଞ୍ଚ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଥିଲା । ରେଜଲ୍ଟରେ ଛାତ୍ରଛାତ୍ରୀଙ୍କ ଗୋପନୀୟତାକୁ ଗୁରୁତ୍ୱ ଦେବା ଜରୁରୀ ବୋଲି କୁହାଯାଇଥିଲା । କୌଣସି ଛାତ୍ରଙ୍କ ପରିଚୟକୁ ସାର୍ବଜନିନ ନ କରି ସିଟି-ସେଣ୍ଟର ଅନୁଯାୟୀ ଫଳାଫଳ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିଟ ୟୁଜି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆସନ୍ତା ୨୨ରେ ଶୁଣାଣି ହେବ । ପରୀକ୍ଷା ପୂର୍ବରୁ ପେପର ଲିକ୍ ହୋଇଥିବା ନେଇ କୌଣସି ସନ୍ଦେହ ନାହିଁ ବୋଲି ଛାତ୍ରଛାତ୍ରୀଙ୍କ ଓକିଲ ଓ ଆବେଦନକାରୀ ଧୀରଜ ସିଂହ କହିଥିଲେ ।

Get real time updates directly on you device, subscribe now.