NTA ଜାରି କଲା ବିଜ୍ଞପ୍ତି: ମାର୍ଚ୍ଚ ୭ ଫି’ ଦାଖଲର ଶେଷ ଦିନ, ଏହି ତାରିଖରେ ହେବ NEET-UG ପରୀକ୍ଷା

ମେ 4 ତାରିଖରେ ହେବ ୟୁଜିସି ନେଟ୍ ପରୀକ୍ଷା ।

ନୂଆଦିଲ୍ଲୀ: ବିଜ୍ଞପ୍ତି ଜାରି କଲା ଏନଟିଏ । ଘୋଷଣା ହେଲା ୟୁଜିସି ନେଟ୍ ପରୀକ୍ଷା ତାରିଖ । ଅଣ୍ଡରଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ମେ 4 ତାରିଖରେ ହେବ ପରୀକ୍ଷା ।

ଏହି ସମୟରେ ହେବ ପରୀକ୍ଷା-  ପାରମ୍ପରିକ ପଦ୍ଧତି ଅର୍ଥାତ୍ ପେନ୍ ପେପରରେ ଏହି ପରୀକ୍ଷା ହେବା ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି । ଏନଟିଏର ବିଜ୍ଞପ୍ତି ଅନୁସାରେ, ଅପରାହ୍ନ 2ଟାରୁ 5ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ । ତେବେ ଜୁନରେ ପ୍ରକାଶ ପାଇପାରେ ପରୀକ୍ଷା ଫଳ ।

କେବେ ହେବ ପରୀକ୍ଷା- ନିଟ୍ ୟୁଜି 2025 ପାଇଁ ଆବେଦନ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ 7 ଶେଷ ତାରିଖ ରହିଛି । ଅର୍ଥାତ୍ ପରୀକ୍ଷାର୍ଥୀମାନଙ୍କୁ 7 ତାରିଖ ସୁଦ୍ଧା ପେମେଣ୍ଟ ଦାଖଲ କରିବାକୁ ପଡିବ । ଏହି ପ୍ରକ୍ରିୟା ଶେଷ ହେବା ପରେ ମାର୍ଚ୍ଚ 9ରୁ 11 ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀ ସେମାନଙ୍କ ଆବେଦନରେ ପରିବର୍ତ୍ତନ ଚାହିଁଲେ କରିପାରିବେ ।

ପରୀକ୍ଷାର୍ଥୀଙ୍କୁ ସମସ୍ତ ୧୮୦ ପ୍ରଶ୍ନର ଉତ୍ତର  ଦେବାକୁ ପଡିବ । ଫିଜିକ୍ସ ଓ କେମେଷ୍ଟ୍ରିରେ ୪୫ ଲେଖାଏ ପ୍ରଶ୍ନ  ଆସିବାକୁ ଥିବା ବେଳେ ବାୟୋଲୋଜିରେ ୯୦ଟି ପ୍ରଶ୍ନ ଆସିବ ।