fbpx

ଆପଲ କମ୍ପାନୀକୁ ପଛରେ ପକାଇଲା nVIDIA, ୩ ଟ୍ରିଲିୟନରୁ ଅଧିକ ହେଲା ଏମକ୍ୟାପ

ନୂଆଦିଲ୍ଲୀ: ଆମେରିକା ଚିଫ ମେକର ଏନଭିଡିଆର ସେୟାରରେ ଗତକିଛି ମାସରେ ଲଗାତାର ନୂଆ ରେକର୍ଡ କରାଯାଇଛି । ବୁଧବାର ଦିନ ପୁଣିଥରେ ତାର ସେୟାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ଏଥିସହ କମ୍ପାନୀ ଏକ ନୂଆ ରେକର୍ଡ ବି ସୃଷ୍ଟି କରିଛି । ଏନଭିଡିଆ ବର୍ତ୍ତମାନ ଏମକ୍ୟାପର ସହାୟତାରେ ଆପଲକୁ ପଛରେ ପକାଇ ଦୁନିଆର ଦ୍ୱିତୀୟ ବଡ଼ କମ୍ପାନୀ ହୋଇଯାଇଛି ।

ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ, ବୁଧବାର ଦିନ ଏନଭିଡିଆର ସେୟାର ୫.୨ ପ୍ରତିଶତ ବଢି ୧,୨୨୪.୪୦ ଡଲାରର ନୂଆ ରେକର୍ଡ ଉଚ୍ଚ ସ୍ତରରେ ପହଁଚିଯାଇଛି । ଏଥିସହ ଏନଭିଡିଆର ମୂଲ୍ୟ ବର୍ତ୍ତମାନ ୩ ଟ୍ରିଲିୟନ ଡଲାର ପାର କରିସାରିଛି । ପ୍ରଥମଥର ପାଇଁ ଏନଭିଡିଆର ଏମକ୍ୟାପ ୩ ଟ୍ରିଲିୟନ ଡଲାରରୁ ଅଧିକ ହୋଇଛି । ବର୍ତ୍ତମାନ ୩ ଟ୍ରିଲିୟନ ଡଲାରରୁ ଅଧିକ ଏମକ୍ୟାପ ରଖୁଥିବା କମ୍ପାନୀ ଗୁଡିକ ଦୁନିଆରେ ମାତ୍ର ୩ଟି ଅଛି ।

କମ୍ପନୀଜ ମାର୍କେଟ କ୍ୟାପ ଡଟ କମ ଅନୁସାରେ, ବର୍ତ୍ତମାନ ମାଇକ୍ରୋସଫ୍ଟ ୩.୧୫ ଟ୍ରିଲିୟନ ଡଲାର ମୂଲ୍ୟ ସହ ଦୁନିଆର ସବୁଠାରୁ ବଡ଼ ହୋଇସାରିଛି । ସେହିପରି ଏନଭିଡିଆ ୩.୦୧ ଟ୍ରିଲିୟନ ଡଲାରର ମୂଲ୍ୟ ସହ ଦୁନିଆର ଦ୍ୱିତୀୟ ବଡ଼ କମ୍ପାନୀ ହୋଇଯାଇଛି । ଆପଲ ବର୍ତ୍ତମାନ ୩.୦୦୩ ଟ୍ରିଲିୟନ ଡଲାର ସହ ତୃତୀୟ ସ୍ଥାନରେ ଅଛି । ଚତୁର୍ଥ ସ୍ଥାନରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟର ଅଟେ ।
ସାଉଦୀ ଆରବର କମ୍ପାନୀ ସାଉଦି ଆରାମକୋ ଷଷ୍ଠ ସ୍ଥାନକୁ ଖସି ଆସିଛି । କିଛି ମାସ ପୂର୍ବରୁ ଏହା ତୃତୀୟ ବୃହତ୍ତମ କମ୍ପାନୀ ଥିଲା । ଚଳିତ ବର୍ଷ ମାର୍ଚ୍ଚରେ ଏନଭିଡିଆ ଏହାକୁ ପଛରେ ପକାଇଥିଲା ଏବଂ ଦୁନିଆର ତୃତୀୟ ସବୁଠାରୁ ମୂଲ୍ୟବାନ କମ୍ପାନୀର ମାନ୍ୟତା ହାସଲ କରିଥିଲା ।

Get real time updates directly on you device, subscribe now.